ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣ ର ବିକାଶ ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଯୋଗଦେଇଥିଲେ । ତେବେ ଏହି ବୈଠକରେ ନିକଟରେ ହୋଇଥିବା ବିବାଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।ଗତ କିଛି ଦିନ ତଳେ ଟିଏମସି ସାଂସଦ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।ଏ ନେଇ ବିଜେପି-ଟିଏମସି ଭିତରେ କଥା କଟାକଟି ଆରମ୍ଭ ହୋଇଥିଲା ।ତେବେ ଦେବି ମା କାଳୀଙ୍କୁ ନେଇ ହୋଇଥିବା ବିବାଦରେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିଜର ପକ୍ଷ ରଖିଥିଲେ । ତିନି ଦିନଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ସ୍ମୃତି ତୃଣମୂଳ କଂଗ୍ରେସକୁ ନିନ୍ଦା କରିଛନ୍ତି ।ସେ କହିଛନ୍ତ ଏହା ଟିଏମସି ପାଇଁ କିଛି ବଡ କଥା ନୁହେଁ । ଟିଏମସି ସାଂସଦ ଦେବୀ ମା କାଳୀଙ୍କ ଅପମାନ କରିଲେ । ତେବେ ହିନ୍ଦୁ ଦେବା ଦେବୀଙ୍କୁ ପୂର୍ବରୁ ମଧ୍ୟ ଟିଏମସିର ବହୁ ନେତା ବହୁବାର ଏଭଳି ଅପମାନ କରିଛନ୍ତି ବୋଲି ସ୍ମୃତି କହିଛନ୍ତି ।
ସୂଜନାମୁତାବକ, ଗତ ରବିବାର ଦିନ ମହିଳା ଓ ଶିଶୁ କଲ୍ୟାଣ ପାଇଁ ଏକ ସର୍ବଦଳୀୟ ବୈଠକ ହୱାଡାର ଡୁମୁରଜଳଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହା ପରେ ସେଠାକାର ରାମ ମନ୍ଦିର ଯାଇ ରାଜ୍ୟବାସୀଙ୍କ ପାଇଁ ଭଗବାନ ରାମଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।
(ରିପୋର୍ଟ: ସୋନାଲି)