ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଗସ୍ତରେ ଯାଇଛନ୍ତି। ବର୍ତ୍ତମାନ ସେ ୟୁରୋପଗସ୍ତରେ ଯାଇଛନ୍ତି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନ ଥବାରୁ ସେ ରବିବାର ପୂର୍ବରୁ ଫେରିବେ ବୋଲି ଆଶା କରାଯାଉଛି।
ତାଙ୍କର ବାରମ୍ବାର ବିଦେଶ ଗସ୍ତ କୁ ନେଇ ବିରୋଧୀ ମାନେ ମଧ୍ୟ ଅନେକ କାହାଣୀ ତିଆରି କରୁଛନ୍ତି। ବର୍ତ୍ତମାନ କଂଗ୍ରେସର ସ୍ଥିତି ଭଲ ନାହିଁ। ଏହା ପରେ ଆଜି ସୋନିଆଙ୍କୁ ଇଡିର ନୋଟିସ ମଧ୍ୟ ଯାଇଛି। ବିଗତ କିଛି ବର୍ଷ ମଧ୍ୟରେ କଂଗ୍ରେସ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି। ତେବେ ଏହା ଭିତରେ ରାହୁଲଙ୍କର ଏହି ଗସ୍ତ ପଛରେ କଣ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ।