ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଭାରତର ସବୁଠୁ ବୟସ୍କ ବାଘ ରାଜାର ନିଧନ ହୋଇଛି । ୨୫ ବର୍ଷ ବୟସ ରେ ପଶ୍ଚିମବଙ୍ଗ ର ଜଲଦାପଡା ରେସ୍କୁ ସେଣ୍ଟର ରେ ମୃତ୍ୟୁ ବରଣ କରିଛି ରାଜା । ୨୦୦୮ ମସିହା ରୁ ରାଜା ବନ ବିଭାଗ ର ତତ୍ୱବଧାନ ରେ ରେସ୍କୁ ସେଣ୍ଟର ରେ ଥିଲା ଓ ସେଇଠି ହିଁ ଗତକାଲି ମୃତ୍ୟୁ ବରଣ କରିଛି ।
ସୁଚନାଯୋଗ୍ୟ ଯେ ଅଗଷ୍ଟ ୨୩ ତାରିଖ ରେ ରାଜା ର ଜନ୍ମ ଦିନ ଥିଲା ।ଏହି ଜନ୍ମଦିନ ଉତ୍ସବ ରେ ରାଜା କୁ ୨୬ ବର୍ଷ ପୂରିଥାନ୍ତା ଓ ଏହା କୁ ପାଳନ କରିବା ପାଇଁ ମଧ୍ୟ ବନ ବିଭାଗ ପକ୍ଷରୁ ବିଶେଷ ଆୟୋଜନ କରାଯାଇଥିଲା ହେଲେ ଗତକାଲି ରାଜାର ନିଧନ ହୋଇଛି । ୨୦୦୬ ମସିହା ରେ ସୁନ୍ଦରବନ ର ମାଥଲା ନଦୀ ପାର ହେଉଥିବା ସମୟରେ ଏକ କୁମ୍ଭୀର ଆକ୍ରମଣ ରେ କ୍ଷତାକ୍ତ ଅବସ୍ଥାରେ ତାକୁ ବନବିଭାଗ ତାକୁ ଉଦ୍ଧାର କରିଥିଲା ଓ ଚିକିତ୍ସା କରି ରେସ୍କୁ ସେଣ୍ଟର ରେ ରଖିଥିଲା । ରାଜାର ମୃତ୍ୟୁ ରେ ରାଜା ସହ ଯୋଡିହୋଇଥିବା ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି ।( ରିପୋର୍ଟ:ବିଶ୍ବ)