ସନଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ଗୁଜରାଟର ଆତଙ୍କବାଦୀ ବିରୋଧୀ ସ୍କ୍ବାଡ କୁଚ ଜିଲ୍ଲାର ମୁଣ୍ଡ୍ରା ବନ୍ଦର ନିକଟରେ ଥିବା ଏକ ବନ୍ଦରରୁ ୭୫.୩ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି।କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏହା କପଡା ରୋଲ ଭିତରେ ଲୁଚାଇ ରଖାଯାଇଥିଲା।
ଏହାକୁ କାର୍ଡବୋର୍ଡରେ ନିର୍ମିତ ଲମ୍ବା ସିଲିଣ୍ଡ୍ରିକ୍ ପାଇପ୍ ଉପରେ ଏକ କପଡାରେ ଗୁଡ଼ାଯାଇଥିଲା। ଡ୍ରଗ୍ ଡିଲରମାନେ କାର୍ଡବୋର୍ଡ ପାଇପ୍ ଉପରେ ଏକ ବୃହତ ବ୍ୟାସ ବିଶିଷ୍ଟ ପ୍ଲାଷ୍ଟିକ୍ ପାଇପ୍ ଲଗାଇ ଏକ ସ୍ଥାନ ତିଆରି କରିଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ ଡ୍ରଗ୍ସକୁ ଏହି ଡ୍ରଗ୍ସକୁ କାର୍ଡ ବୋର୍ଡ କଣ୍ଟେନର ଭିତରେ ଭରାଯାଇଥିଲା ଏବଂ ପରେ କାର୍ବନ ଟେପ୍ ବ୍ୟବହାର କରି ଏହାକୁ ସିଲ୍ କରାଯାଇଥିଲା। ଯାହା ଦ୍ବାରା ଏହା ଏକ୍ସ-ରେ ଯାଞ୍ଚରେ ଚିହ୍ନଟ ହୋଇପାରି ନଥାଆନ୍ତା।
ତେବେ ଯେତିକି ପରିମାଣର ଡ୍ରଗ୍ସ ଜବତ ହୋଇଛି ତାହା ଆନ୍ତର୍ଜାତୀୟ ବଜାରରେ ୩୭୬.୫ କୋଟି ଟଙ୍କା ମୂଲ୍ୟରୁ ଅଧିକ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଡ୍ରଗ୍ସକୁ ପଞ୍ଜାବ ପଠାଯିବାର ସୂଚନା ଥିଲା।