ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରବିବାର ଦିନ ବକ୍ରି ଇଦ୍ (ଇଦ୍-ଉଲ-ଅଦା) ଅବସରରେ ବିଭିନ୍ନ ରାଜ୍ୟର ଲୋକମାନେ ନମାଜ ଏବଂ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଧ୍ୟ ଏହି ଉତ୍ସବରେ ନିଜର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହା ମାନବଜାତିର ମଙ୍ଗଳ ଦିଗରେ କାର୍ଯ୍ୟ କରିବାକୁ ଲୋକଙ୍କୁ ପ୍ରେରଣା ଦେଇଛନ୍ତି।
“ଇଦ୍ ମୁବାରକ! ଇଦ୍-ଉଲ୍-ଅଦା ଉପରେ ଶୁଭେଚ୍ଛା, ଏହି ଉତ୍ସବ ଆମକୁ ମାନବିକତାର ମଙ୍ଗଳ ପାଇଁ ସାମୂହିକ ସୁସ୍ଥତା ଏବଂ ସମୃଦ୍ଧିର ଦିଗରେ ଆଗକୁ ବଢ଼ାଇବା ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ ଟ୍ୱିଟରର ଏକ ପୋଷ୍ଟରେ କହିଛନ୍ତି। ତେବେ ଏହି ସମୟରେ ଯେପରି ଜନଅସନ୍ତୋଷ ଦେଖା ନଯାଏ ଏହା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। କିଛି ରାଜ୍ୟରେ କୌଣସି ଅଘଟଣ ଘଟିବାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ୟୁପିରେ ପୋଲିସ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଂଚି ସେମାନଙ୍କୁ ଖୋଲା ସ୍ଥାନରେ ଏବଂ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପଶୁମାନଙ୍କୁ ବଧ ନକରିବାକୁ କହିଥିଲେ। ତେବେ ପଶ୍ଚିମବଙ୍ଗରେ ମଧ୍ୟ ଆଜି ମୁସଲମାନେ ଭାଇମାନେ ରେଡ ରୋଡରେ ନମାଜ ପଢ଼ିଛନ୍ତି। ବହୁ ସଂଖ୍ୟକ ଲୋକ ଏକଜୁଟ ହୋଇ ଉତ୍ସବ ପାଳନ କରିଛନ୍ତି।