ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ:ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର କୋଭିଡ-୧୯ ମାମଲା ବୃଦ୍ଧି ହୋଇ ୧୮,୮୪୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୫,୨୫,୩୮୬ କୁ ବୃଦ୍ଧି ପାଇଛି।

ଦୈନିକ ସଂକ୍ରମଣ ୨,୬୯୩କୁ ବୃଦ୍ଧି ପାଇଛି। ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି।ଏହା ସହିତ ରାଜ୍ୟରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୫୭୬ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ରୁ କମ ବର୍ଷ ମଧ୍ୟରେ ୬୯ ଜଣ ଚିହ୍ନଟ ହୋଇଛନ୍ତି। ଏହା ସହିତ ୩୩୭ ଜଣ କ୍ବାରେନଣ୍ଟାଇନର କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୨୩୯ ରହିଛି।

ସର୍ବପରି ଖୋର୍ଦ୍ଧାରୁ ୨୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନାସ୍ଥିତିକୁ ନଜରରେ ରଖି ବର୍ତ୍ତମାନ ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନହେଲେ ଏହା ପାଇଁ ଜୋରିମାନା ଦେବାକୁ ହେବବୋଲି ସୂଚନା ମିଳିଛି। ଏହା ସହିତ ସାମାଜିକ ଦୂରତା ମଧ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।