ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଦୁଇଦିନ ପ୍ରବଳ ବୃଷ୍ଟିପାତ ପରେ ଅମରନାଥ ଯାତ୍ରାକୁ ବର୍ତ୍ତମାନ ଜାମ୍ମୁରୁ ସ୍ଥଗିତ ରଖାଯାଇଛି ଏବଂ ଦକ୍ଷିଣ କାଶ୍ମୀର ହିମାଳୟର ୩,୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରର ମୂଳ ଶିବିରକୁ କୌଣସି ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏହାପୂର୍ବରୁ ୮ ଜୁଲାଇରେ ଶୁକ୍ରବାର ଅପରାହ୍ନରେ ଗୁମ୍ଫା ମନ୍ଦିର ନିକଟରେ ପ୍ରବଳ ବୃଷ୍ଟିପାତ ଘଟି ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କର ନିଖୋଜ ହୋଇଯାଇଥିଲା।
ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, ପାଣିପାଗ କାରଣରୁ ଜାମ୍ମୁରୁ କାଶ୍ମୀରର ଯୁଗ୍ମ ବେସ୍ କ୍ୟାମ୍ପକୁ ସ୍ଥଗିତ ରଖାଯାଇଛି।ଜୁନ୍ ୩୦ରେ, ବାର୍ଷିକ ୪୩ଦିନିଆ ତୀର୍ଥଯାତ୍ରା ଆରମ୍ଭ ହୋଇଥିଲା। ଏକ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଏଠାକୁ ଆସିଥାଆନ୍ତି। କିନ୍ତୁ ବୃଷ୍ଟିପାତ ପାଇଁ ଏହାକୁ ଏବେ ବନ୍ଦ କରାଯାଇଛି।କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଯାତ୍ରା୧୧ ଅଗଷ୍ଟରେ ଶେଷ ହେବାର ଥିଲା।