ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର (ଜୁଲାଇ 9) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନାଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଜୁନ୍ ୩୦ ରେ କାର୍ଯ୍ୟଭାର ଗ୍ରହଣ କରିଥିବା ସିନ୍ଦେ ଏବଂ ଫଡନାଭିସ୍ ମଧ୍ୟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କୁ ସୌଜନ୍ୟମୂଳକ ସାକ୍ଷାତକରିବେ କରିବେ ବୋଲି ଆଶା କରାଯାଉଛି।
ଆଜି ସେମାନେ ସକାଳ ପ୍ରାୟ ୧୦.୩୦ବେଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ୧୧.୩୦ ସମୟରେ ବିଜେପି ସଭାପତି ଜେ.ପି ନାଡା ଏବଂ ୧୨ ଟା ସମୟରେ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରର ଦୁଇ ନେତା ଶୁକ୍ରବାର ରାତିରେ (ଜୁଲାଇ ୮) ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏବଂ ବିଜେପି ଏବଂ ଶିବସେନାର ନେତୃତ୍ୱାଧୀନ ଦଳ ମଧ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ମଧ୍ୟ ସୂଚନା ମିଳିଛି ।