ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବନ୍ୟା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଘଟଣା ପାଇଁ ବର୍ତ୍ତମାନ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ତେବେ ଏହି ଘଟଣାରେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ସକାଳରେ, ୧୧ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ବନ୍ୟା ହେବାରୁ ପବିତ୍ର ଗୁମ୍ଫା ନିକଟରେ ଫସି ରହିଥିବା ଅଧିକାଂଶ ତୀର୍ଥଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ପ୍ରାୟ ୧୫,୦୦୦ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଛି ବୋଲି ଭାରତ-ତିବ୍ଦତୀୟ ସୀମା ପୋଲିସ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି।
ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଶନିବାର ସକାଳ ସୁଦ୍ଧା ୧୧ଜଣ ଆହତ ଯାତ୍ରୀଙ୍କୁ ବାଲଟା ବେସ୍ କ୍ୟାମ୍ପ ହସ୍ପିଟାଲକୁ ସେନା ଚପରରେ ଅଣାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ଆହତମାନଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର କରାଯିବ ବୋଲି ଜଣେ ଡାକ୍ତର କହିଛନ୍ତି।