ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଏନ୍ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ଏହି ଗସ୍ତର ମୁଖ୍ୟଉଦ୍ଦେଶ୍ୟ ହେଉଛି ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବେ । ଶ୍ରୀମତୀ ମୁର୍ମୁ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବା ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ନବୀବ ନିବାସରେ ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ସମେତ ବିଜେଡି ସାଂସଦ ଓ ବିଧାୟକ / ବିଧାୟିକାମାନଙ୍କୁ ଭେଟିବେ । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିବେ । ଏହାପରେ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକ / ବିଧାୟିକାମାନଙ୍କୁ ଭେଟିବେ । ଏହାପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି । ବିମାନବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ସୂଚନାଯୋଗ୍ୟ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ ।