ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଜାପାନର ପୂବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ନାରା ଅଞଳରେ ଭାଷଣ ବେଳେ ଦୁଇ ରାଉଣ୍ଡରେ ଗୁଳିମାଡ କରାଯାଇଥିଲା ସିଞ୍ଜୋ ଆବେଙ୍କୁ । ସୂଜନାମୁତାବକ, ଜାପାନର ନାରା ଅଞ୍ଚଳରେ ଏକ ଅଭିଯାନ କାର୍ୟ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପଛ ପଟୁ ତାଙ୍କୁ ଗୁଳି କରାଯାଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । । ତେବେ ଏହି ଗୁଳି କାଣ୍ଡ ପଛରେ କିଏ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟିକରଣ କରାଯାଇ ପାରି ନାହିଁ । ଜାତୀୟ ବ୍ରୋଡକାଷ୍ଟ କହିଛି ଯେ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ୪୦ ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ନିକଟରୁ ବନ୍ଧୁକ ଜବତ କରାଯାଇଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ପ୍ରାୟ ୧୧.୩୦ ଟା ବେଳେ ନାରାଠାରେ ଗୁଳି କରାଯାଇଥିଲା । ଯିଏ ଗୁଳି ଚଳାଇଛି ସେ ଜଣେ ସୁଟର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାଟସୁନୋ ଗଣମାଧ୍ୟମକୁ କହିଛନ୍ତି।