ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର– ଆଜି ଏନ୍ଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଗ୍ରସ୍ତ ରେ ଆସିଛନ୍ତି । ଏନେଇ ରାଜଧାନୀ ଚଳଚଞ୍ଚଳ ଥିବା ବେଳେ ସେ ବିଜେଡି ଓ ବିଜେପି ର ସମସ୍ତ ବିଧାୟକ ଓ ସାସଂଦ ମାନଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି । ଏୟାରପୋର୍ଟ ରୁ ସିଧା ସେ ରାଜ୍ୟ ଅତିଥି ଭବନ ଆସିଥିଲେ ଓ ପରେ ପରେ ବିଧାନସଭା ରେ ତାଙ୍କୁ ସମ୍ବଦ୍ଧନା କରାଯାଇଥିଲା । ସେଠାରେ ବିଜେଡିର ସମସ୍ତ ବିଧାୟକ,ମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ ଓ ଦ୍ରୌପଦୀ ଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ରାଜ୍ୟ ଅତିଥି ଭବନ ରେ ବିଜେପି ର ୨୨ ବିଧାୟକ ଓ ସାସଂଦ ଙ୍କ ସହ ଆଲୋଚନା କରିଥଲେ ।
ସମସ୍ତ ବିଧାୟକ, ସାସଂଦ ଓ ମନ୍ତ୍ରୀ ଙ୍କ ସହ ଆଲୋଚନା କରିସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ମଧ୍ୟାନ ଭୋଜନ କରିଥିଲେ । ମଧ୍ୟାନ ଭୋଜନ ସମୟରେ ଦ୍ରୌପଦୀ ଙ୍କ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାବତ ଓ ପୁରୀ ସାସଂଦ ପିନାକୀ ମିଶ୍ର ଉପସ୍ଥିତ ଥିଲେ ।