ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ପୁଣି ବିଜେପି-ଟିଏମସି ମଧ୍ୟରେ ରାଜନୈତିକ ଝଡ । ବିଜେପି ସାଂସଦ ଦିଲ୍ଲୀପ ଘୋଷ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାଜିଙ୍କ ବ୍ୟକ୍ତିଗତ ପରିଚୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମମତାଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ଏବେ ସାଂସଦଙ୍କ ଉପରେ ଭାରି ପଡିଛି । ଯାହାକୁ ନେଇ ବର୍ତ୍ତମାନ ବିଜେପି ସାଂସଦଙ୍କୁ ଟାର୍ଗେଟ କରିଛି ଟିଏମସି । ଦିଲ୍ଲୀପଙ୍କ ବିରୋଧରେ ତୃଣମୁଳ କଂଗ୍ରେସ ଦୁଇଟି ମାମଲା ରୁଜୁ କରିଛି । ସୁଚନାମୁତାବକ,କଣ୍ଟି ଏବଂ ଇକୋ ପାର୍କ ପୋଲିସ ଷ୍ଟେସନରେ ଟିଏମସି ଅଭିଯୋଗ ଦାଖଲ କରିଛି । ତେବେ ବିଜେପି ସାଂସଦ ଦିଲ୍ଲୀପ ଏହାର ପ୍ରତିବାଦ କରି କହିଛନ୍ତି ଯେ ସେ ଏମିତି କିଛି କହିନାହାଁନ୍ତି ଯାହା ଦ୍ୱାରା ମମତାଙ୍କ ବ୍ୟକ୍ତିଗତ ପରିଚୟରେ ଦାଗ ସୃଷ୍ଟି ହେବ । । ଏହା ସହ ପୂର୍ବତନ ବିଜେପି ରାଷ୍ଟ୍ରପତି ସାଂସଦ ଦିଲ୍ଲୀପଙ୍କୁ ସମର୍ଥନ କରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସୂଚନାମୁତାବକ, ମମତାଙ୍କ ବିରୋଧରେ ବିଜେପି ସାଂସଦ ଭୁଲ ମନ୍ତବ୍ୟ ଦେବା ସହିତ ତାଙ୍କୁ ଅପମାନିତ କରିଥିବାରୁ ଟିଏମସି ସାଂସଦ କୋକଳି ଘୋଷ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ଦେଇଥିଲେ । ଏହି ଦାବି ପତ୍ରରେ ଘୋଷ ଉଲ୍ଲେଖ କରିଥିଲେ ଯେ ଏହି ଘଟଣାର ତୁରନ୍ତ ସମାଧାନ କରାଯାଉ । ଏହା ସହିତ ଦିଲ୍ଲୀପ ତୁରନ୍ତ କ୍ଷମା ପ୍ରର୍ଥନା କରୁନ୍ତୁ ।(ରିପୋର୍ଟ:ସୋନାଲି)