ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ମାଡ। ନାରା ଅଞ୍ଚଳରେ ଏକ ଅଭିଯାନ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପଛ ପଟୁ ତାଙ୍କୁ ଗୁଳି କରାଯାଇଛି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ତେବେ ଏହି ଗୁଳି କାଣ୍ଡ ପଛରେ କିଏ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟିକରଣ କରାଯାଇ ପାରି ନାହିଁ । ଜାତୀୟ ବ୍ରୋଡକାଷ୍ଟ କହିଛି ଯେ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ୪୦ ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ନିକଟରୁ ବନ୍ଧୁକ ଜବତ କରାଯାଇଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ପ୍ରାୟ ୧୧.୩୦ ଟା ବେଳେ ନାରାଠାରେ ଗୁଳି କରାଯାଇଛି। ଯିଏ ଗୁଳି ଚଳାଇଛି ସେ ଜଣେ ସୁଟର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ଅବସ୍ଥା ବର୍ତ୍ତମାନ ଜଣା ପଡିନାହିଁ ବୋଲି ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାଟସୁନୋ ଗଣମାଧ୍ୟମକୁ କହିଛନ୍ତି।