ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ। ଗୁରୁବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ଡ ଗୁରୁପ୍ରୀତ କୌରଙ୍କ ସହ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ସମାରୋହ ଚଣ୍ଡିଗଡ଼ରେ ମାନଙ୍କ ବାସଭବନରେ ଅନୁଷ୍ଠିତ ହେବ।ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଯୋଗଦେବେ ବୋଲି ଜଣାପଡିଛି। ଏହା ସହିତ ରାଜ୍ୟସଭା ସାଂସଦ ରାଘବ ଚାଡ୍ଡା କହିଛନ୍ତି ଯେ କେଜ୍ରିୱାଲଙ୍କ ବ୍ୟତୀତ କେବଳ ପରିବାର ସଦସ୍ୟ ଯୋଗଦେବେ ,ଏହି ବିବାହ ଏକ ଛୋଟ ସମାରୋହରେ ସମ୍ପନ୍ନ ହେବ।
ଇନଷ୍ଟାଗ୍ରାମରେ ମାନଙ୍କ ସହ ଏକ ଚିତ୍ର ସେୟାର କରି ଚଡ୍ଡା ଲେଖିଛନ୍ତି ଯେ ମୋର ବଡ ଭାଇ ଭଗବନ୍ତ ମନ ଏବଂ ଡ ଗୁରୁପ୍ରୀତ କୌରଙ୍କୁ ସୁଖୀ ତଥା ଆଶୀର୍ବାଦ ପ୍ରାପ୍ତ ଦାମ୍ପତ୍ୟ ଜୀବନ ପାଇଁ ଶୁଭେଚ୍ଛା କରୁଛି। ସୂଚନା ମୁତାବକ ଏହା ହେଉଛଇ ଭଗବନ୍ତ ମାନଙ୍କର ଦ୍ବିତୀୟ ବିବାହ। ଏହା ପୂର୍ବରୁ ଭଗବନ୍ତ ମାନ ଇନ୍ଦରପ୍ରୀତ କୌରଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ୨ଟି ସନ୍ତାନ ଅଛନ୍ତି। ସେମାନେ ପରସ୍ପରକୁ ୬ବର୍ଷ ପୂର୍ବେ ଛାଡପତ୍ର ଦେଇ ସାରିଥିଲେ। ସେମାନେ ବର୍ତ୍ତମାନ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି। ବର୍ତ୍ତମାନ ମାନଙ୍କ ଜୀବନ ସାଥୀ ମାନଙ୍କ ପରିବାର ସହିତ ପୂର୍ବରୁ ଜଡିତ ବୋଲି ସୂଚନା ମିଳୁଛି। ଗୁରୁପ୍ରୀତ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ବାସିନ୍ଦା। ସେ ଅମ୍ବାଲା ଜିଲ୍ଲାର ମହାରାଣୀ ମାର୍କଣ୍ଡେଶ୍ୱର ବିଶ୍ୱବିଦ୍ୟାଳୟ (ଏମଏମୟୁ) ରେ ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ।ସେ ଜଣେ ଅଭ୍ୟାସରତ ଡାକ୍ତର ଏବଂ ବର୍ତ୍ତମାନ ତାଙ୍କ ପରିବାର ସହିତ ମୋହାଲିରେ ବସବାସ କରୁଛନ୍ତି। ତେବେ ମାନଙ୍କ ର ଏହି ନୂତନ ଜୀବନ ଆରମ୍ଭ ପାଇଁ ତାଙ୍କୁ ପଞ୍ଜାବବାସୀଙ୍କ ସମେତ ବହୁତ ରାଜନେତା ମାନେ ଶୁଭେଚ୍ଛା ଜଣାଇଛନ୍ତି।