ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନାକଭି ଦେଲେ ଇସ୍ତଫା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଇସ୍ତଫା ପତ୍ର ଦାଖଲ କଲେ ଆବାସ ନାକଭି । ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନାକଭି ଆଜି ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା । ଆଉ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ସୂଚନାମୁତାବକ,ବୁଧବାର ଇସ୍ତଫା ଦେଇଛନ୍ତି ନାକଭି । ତେବେ ଆସନ୍ତା ଗୁରୁବାର ଠାରୁ ରାଜ୍ୟସଭାର ସଦସ୍ୟ ପଦରୁ ବିଦାୟ ନେବେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନାକଭି । ଏହା ସହ ନିୟମ ଅନୁଯାୟୀ, ଆସନ୍ତାକାଲି ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ଇସ୍ତଫା ଦେବାକୁ ପଡିବ ବୋଲି ସୂଚନା ମିଳିଛି ।(ରିପୋର୍ଟ:ସୋନାଲି)