ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ମୌସୁମୀ ଅଧୀବେଶନ ର ଚତୁର୍ଥ ଦିନ ରେ ବିଧାନସଭା ଗୃହରେ ବର୍ଷିଛନ୍ତି କଗ୍ରେଂସ ବିଧାୟକ ସୁର ରାଉତରାୟ । ଆମ୍ବ,କମଳା,କଫିଓ କପା ର ଉଦାହରଣ ଦେଇ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ସୁର । ପ୍ରଶ୍ନକାଳ ରେ ସୁର କହିଛନ୍ତି କି ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ବିହନ,ଫଳ,ପନିପରିବା କୁ ରଖିବା ପାଇଁ ନିହାତି ଭାବରେ ଶୀତଳ ଭଣ୍ଡାର ର ଆବଶ୍ୟକ ରହିଛି କିନ୍ତୁ ଓଡିଶା ସରକାର ଏ ପ୍ରତି ଦୃଷ୍ଟି ଆଲୋକପାତ କରୁନାହାନ୍ତି ।
ଆହୁରି ମଧ୍ୟ ସାରା ଓଡିଶାରେ ମୋଟ ୧୩୨ଟି ଶୀତଳ ଭଣ୍ଡାର ଥିଲା ବେଳେ ୧୧୭ ଟି ଖରାପ ହୋଇ ପଡିଛି । ଖାଲି ଭୁବନଶ୍ୱର ସହରରେ ହିଁ ୫ଟି ଅକାମି ହୋଇ ପଡିଛି । ଏନେଇ ସରକାର ଙ୍କ ତରଫରୁ କୌଣସି ପ୍ରକାର ର ତପ୍ତରତା ଦିଶୁନାହିଁ ।
ଆଉ ଦିନକୁ ଦିନ ଏହା ଘରୋଇ ସଂସ୍ଥା ହାତକୁ ଯିବା ଫଳରେ ରାଜ୍ୟର କୃଷକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମ୍ୁଖୀନ ହେଉଛନ୍ତି ଏବଂ ବିଭିନ୍ନ ସମୟରେ ହେଉଥିବା ବିହନର ଅଭାବ କୃଷକ ମାନଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ତେବେ ହରେକୃଷ୍ଣ ମହତାବ ଙ୍କ ସ୍ୱପ୍ନ ଡେରାସ ପ୍ରକଳ୍ପ କୁ ନେଇ ହେଇଥିବା ଅନିୟମିତତା ଓ ସରକାର ଙ୍କ ଆଖି ତଳେ ଡେରାସ ରେ ହେଉଥିବା ବ୍ୟକ୍ତିଗତ ଶିଳ୍ପପତି ଙ୍କ ଚିଙ୍ଗୁଡି ଚାଷ କୁ ଯଦି ରୋକା ନଯାଏ ତାହେଲେ ଆଗାମୀ ଦିନ ରେ ତୀବ୍ର ବିରୋଧ କରାଯିବ ବୋଲି ସେ ଗୃହରେ କହିଛନ୍ତି