ସନଷ୍ଟାର ଟିଭି ବ୍ୟୁରୋ
-
ଗୁଜୁରାଟ ବାସୀଙ୍କୁ ବିଜୁଳିର ପ୍ରଲୋଭନ
-
ସରକାରକୁ ଆସିଲେ ବିଜୁଳି ମାଗଣା
-
ସରକାର ବଦଳିଲେ ଦୁଃଖ ଦୂର ହେବ
ଅହମ୍ମଦାବାଦ: ଆଗାମୀ ବିଧାନସଭା ନିର୍ବାଚନରେ ଯଦି ଆପ କ୍ଷମତାକୁ ଆସିବ ତେବେ ଗୁଜୁରାଟର ଲୋକମାନେ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ସୋମବାର ଅହମ୍ମଦାବାଦରେ ଆପ ଦ୍ବାରା ଆୟୋଜିତ ଏକ ‘ଇଣ୍ଟରାକ୍ଟିଭ୍ ଅଧିବେଶନ’ ରେ ସେ ଏହା କହିଛନ୍ତି।ଅନେକ ଲୋକ ବିଦ୍ୟୁତ ଯୋଗାଣ ସଂପର୍କରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ତାଲିକାଭୁକ୍ତ କରିବାରୁ ଆପର ମୁଖିଆ ଏହା ଉପରେ ଉତ୍ତର ରଖିଛନ୍ତି। ଗୁଜରାଟର ବିଦ୍ୟୁତ ସମସ୍ୟାର ସମାଧାନ ସହିତ ଆସନ୍ତା ରବିବାର ସେ ରାଜ୍ୟ ଗସ୍ତ କରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।
କେଜ୍ରିୱାଲ କହିଛନ୍ତି ଗୁଜୁରାଟ ମଧ୍ୟ ୨୪ ଘଣ୍ଟା ବିଦ୍ୟୁତ୍ ପାଇପାରିବ, କିନ୍ତୁ ସର୍ତ୍ତ କେବଳ ଗୋଟିଏ, ଏବଂ ଏଥିପାଇଁ ଆପଣଙ୍କୁ ରାଜନୀତି ଏବଂ ଏଠାକାର ସରକାରଙ୍କୁ ବଦଳାଇବାକୁ ପଡିବ।ଏହା ବଦଳରେ ଏକ ସଚ୍ଚୋଟ ଦଳ ଶାସନକୁ ଆଣିବାକୁ ପଡ଼ିବ।ଦୁର୍ନୀତି, କୃଷି ଏବଂ ଏମଏସପି ଭଳି ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ଯୋଗାଯୋଗ କରିବାକୁ ସେ ପ୍ରତି ସପ୍ତାହରେ ରାଜ୍ୟ ଗସ୍ତ କରିବେ ବୋଲି ଆପର ମୁଖ୍ୟ କହିଛନ୍ତି। ଏହାସହିତ ଅରବିନ୍ଦ କହିଛନ୍ତି ଯେଉଁମାନେ ସତ୍ୟ ପଥରେ ଥାଆନ୍ତି ସେମାନଙ୍କୁ ଭଗବାନ ସାହାର୍ଯ୍ୟ କରନ୍ତି।ମାଗଣାରେ ବିଜୁଳି ସେବା କେବଳ ମୁଁ ଦେଇ ପାରିବି ତେଣୁ ଗୋଟିଏ ଥର ଆପକୁ ସରକାରକୁ ଆଣ ଗୁଜୁରାଟର ବିଜୁଳିର ସମସ୍ୟା ଦୂର କରିବା ସହିତ ଗାନ୍ଧୀଜୀ ଆଉ ସର୍ଦ୍ଦାର ପଟେଲ ଯେଉଁ ସ୍ବପ୍ନର ଗୁରୁରାଟ ଦେଖିଥିଲେ ତାହାକୁ ସାକାର କରିବା।