ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ମିଳିଛି। ସଠିକ ଏବଂ ସ୍ବଚ୍ଛ ଖବର ପରିବେଷଣ କରିବା ସହିତ ଜନସଚେତନ କରିବା ହେଉଛି ଗଣମାଧ୍ୟମର ଗୁରୁ ଦାଇତ୍ବ। କିନ୍ତୁ ଆଜି କାଲି ସୋସିଆଲ ମିଡିଆରେ ଛତୁ ପରି ନ୍ୟୁଜ ଚ୍ୟାନେଲ ଖୋଲିଗଲାଣି। ଯାହାର ଫଳ ସ୍ବରୁପ ଖବର ପରିବେଷଣ ରୂପ ବର୍ତ୍ତମାନ ଅତ୍ୟନ୍ତ ଲଜ୍ୟାଜନକ ହୋଇଯାଇଛି। ସୂଚନା କମ ଏହା ଜନ ସମାଜକୁ ଏହା ଖରାପ ବାର୍ତ୍ତା ଦେଉଛି। ଆଜି ମୌସମୀ ଅଧିବେଶନର ତୃତୀୟ ଦିନରେ ଗଣମାଧ୍ୟମ ବା ଅନୁମତି ପାଇଥିବା ସୋସିଆଲ ମିଡିଆ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ନାଉରୀ ନାୟକ। ଶ୍ରୀ ନାୟକ ପଚାରିଛନ୍ତି ରାଜ୍ୟରେ ଅଦ୍ୟାବଧି ଭାବେ ସମୁଦାୟ କେତେଗୋଟି ସୋସିଆଲ ମିଡିଆ ନ୍ୟୁଜ ଚ୍ୟାନେଲ ରହିଛି। ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ସମ୍ବାଦ ପ୍ରସ୍ତୁତି ଓ ପରିବେଷଣ ପାଇଁ ବିଧ୍ଵବଦ୍ଧ ଭାବେ କେତୋଟି ଚ୍ୟାନେଲକୁ ଅନୁମତି ମିଳିଛି। ଏହା ସହିତ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅନୁମତି ପ୍ରାପ୍ତ ହୋଇଥିବା ସୋସିଆଲ ମିଡିଆ ନ୍ୟୁଜ ଚ୍ୟାନେଲ ମାନଙ୍କର ଏକ ତାଲିକା ସହିତ ସେମାନଙ୍କର ପ୍ରକାଶକ ଓ ସମ୍ପାଦକ ମାନଙ୍କ ନାମ ସହ ପ୍ରଦାନ କରିବାକୁ ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହାବାଦ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଅନୁମତି ମିଳି ନଥିବାର ମଧ୍ୟ ଦେଖିବାକୁ ମିଳେ ତେଣୁ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ନିମନ୍ତ୍ରଣ କରିବାକୁ ବା ନ କରିବାକୁ କୌଣସି ବିଭାଗୀୟ ନିର୍ଦେଶାବଳୀ ଅଛି କି ଯଦି ଅଛି ତାହାର ବିବରଣୀ ପ୍ରଦାନ କରିବା ପାଇଁ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ମନ୍ତ୍ରୀଙ୍କର ଏହି ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ପ୍ରଦିପ କୁମାର ଅମାତ ମାନ୍ୟବର ମନ୍ତ୍ରୀ , ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛନ୍ତି ଯେ ସୋସିଆଲ ମିଡିଆ ନ୍ୟୁଜ ଚାନେଲରେ ସମ୍ବାଦ ପ୍ରସ୍ତୁତି ଓ ପରିବେଷଣ କରିବା ନିମନ୍ତେ ଅନୁମତି ପ୍ରାପ୍ତ ପାଇଁ ରାଜ୍ୟ ସରକାରଙ୍କ କୌଣସି ବିଧିବଦ୍ଧ ଆଇନ ଆଣିନାହିଁ । ଏହା ରାଜ୍ୟ ସରକାରଙ୍କର ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଷୟ ଅଟେ । ତେଣୁ ଏହାକୁ ନେଇ ରାଜ୍ୟ ସରକାର କିଛି ସ୍ବତନ୍ତ୍ର ଆଇନ ପ୍ରଣୟନ କରିନାହାନ୍ତି। ଏହାବାଦ ସରକାରୀ କାର୍ଯ୍ୟକ୍ରମଗୁଡିକୁ ସୋସିଆଲ ମିଡିଆ ନ୍ୟୁଜ ଚ୍ୟାନେଲର ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିବା କିମ୍ବା ନକରିବା ବାବଦରେ କୌଣସି ନିର୍ଦ୍ଦେଶାବଳୀ ନାହିଁ । ତେବେ ସବୁ ଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ସମାଜ ଗଠନରେ ଗଣମାଧ୍ୟମ ସବୁ ଠାରୁ ଅଧିକ ଗରୁତ୍ବ ବହନ କରିଥାଏ। କିନ୍ତୁ ଏହାକୁ ନେଇ ରାଜ୍ୟରେ ସ୍ବତନ୍ତ୍ର କୌଣସି ନିମୟମାବଳୀ ନରହିବା ବାସ୍ତବରେ ବହୁତ ଅପମାନଜନକ ଅଟେ। ଯାହାର କାରଣ ବସତ ବର୍ତ୍ତମାନ ରାଜ୍ୟରେ ଘରେ ଘରେ ନ୍ୟୁଜ ଚ୍ୟାନେଲ ଖୋଲିଗଲାଣି। ଏବଂ ସେମାନେ ଗଣମାଧ୍ୟମକୁ ଏକ ମାଧ୍ୟମ ଭାବରେ ନେଇ କିଛି ବି ଖବର ପ୍ରସାରଣ କରିବାକୁ ପଛଉ ନାହାନ୍ତି। ଯାହା ବର୍ତ୍ତମାନର ସମାଜକୁ ଖରାପ ବାର୍ତ୍ତା ଦେବା ସହିତ ଆଗାମୀ ପିଢ଼ିକୁ ପଥଭ୍ରଷ୍ଟ କରାଉଛି।