ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରୁଚିକା ଙ୍କ ଆତ୍ମହତ୍ୟା ତାତି ଥମିନଥିବା ବେଳେ ପୁଣି ଆଉ ଏକ ଗଉଇ ଛାତ୍ରୀ ଆତ୍ମହତ୍ୟା ଘଟଣା ସାମ୍ନା କୁ ଆସିଛି ।ଆଜି ଭୁବନେଶ୍ୱର ର ଆଚାର୍ଯ୍ୟ ବିହାର ଏକ ଭଡାଘରୁ ଛାତ୍ରୀଙ୍କ ମୃତ ଦେହ ମିଳିଛି । ବେକ ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଥିଲା ବେଳେ ସହିଦ ନଗର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍ବିନ୍ ଆରମ୍ଭ କରିଛି ।
ସୂଚନା ମୁତାବକ, ଆଚାର୍ଯ୍ୟ ବିହାର ଏକ ଭଡାଘରୁ ଛାତ୍ରୀଙ୍କ ମୃତ ଦେହ ଜବତ ହେଇଛି ଏବଂ ସେ ଏକ ଘରୋଇ ଇଞ୍ଜିନିୟର୍ିଂ କଲେଜ ରେ ଗଉଇ ପଢୁଥିବାର ଜଣାପଡିଛି । ବର୍ତ୍ତମାନ ସୁଧ୍ୟା ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ କାହିଁକି ଓ କେଉଁ ପରିସ୍ଥିତି ରେ ସେ ଏପରି କଲେ ସେ ନେଇ ସହିଦ ନଗର ପୋଲିସ୍ ତଦନ୍ତ କରୁଛି ।
ଆହୁରିମଧ୍ୟ ଗତ ୧୦ ଦିନ ଭିତରେ ଲଗାତାର ଭାବେ ୫ଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ବେଳେ ଏହା ଭିତରେ ୩ଜଣ ଛାତ୍ରୀ ଅଛନ୍ତି । ବର୍ତ୍ତମାନ ଛାତ୍ରଛାତ୍ରୀ ଙ୍କ ଆତ୍ମହତ୍ୟା ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଥିଲା ବେଳେ ଏହା ଆଗାମୀ ପିଢି ପାଇଁ ଏକ ନକରାତ୍ମକ ବାର୍ତ୍ତା ବହନ କରୁଛି । ତେବେ କେଉଁ କାରଣରୁ ଛାତ୍ରଛାତ୍ରୀ ମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି ସେ ଏହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।