ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଯଦି ମୁଁ ଅନୁରୋଧ କରିଥାଆନ୍ତି, ତେବେ ମହାରାଷ୍ଟ୍ରର ସିଏମ୍ ହୋଇପାରିଥାନ୍ତି ବୋଲି କହିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦେବେନ୍ଦ୍ର ଫଡନାଭିସ। ସେ କହିଛନ୍ତି ମୋର ଆସନ ପ୍ରତି କୌଣସି ଲୋଭ ନଥିଲା। ଆମେ କେବଳ ଏତିକି ଚାହୁଁଥିଲୁ ଶିବ ସେନାର ସଦସ୍ୟ ହିଁ ଏହି ଆସନରେ ବସନ୍ତୁ। ଏବଂ ସେହିଁ ଏହି ଦାଇତ୍ବ ନିଅନ୍ତୁ। ତେଣୁ ମୁଖ୍ୟମନ୍ତ୍ରୀ ପଦ ମଚଁ କେବେ ଚାହିଁ ନଥିଲି। ତେଣୁ ମୁଁ ସେମାନଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଲି। ଏହା ସହିତ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ବର୍ତ୍ତମାନ ତାଙ୍କର କର୍ତ୍ତବ୍ୟ ହେଉଛି କିପରି ସେ ସିନ୍ଦେଙ୍କୁ ଭଲ ମୁଖ୍ୟମନ୍ତ୍ରୀ ଭାବେ ଭୂମିକା ଲିଭାଇବାରେ ସାହାର୍ଯ୍ୟ କରିପାରିବେ।
ସୂଚନାମୁତାବକ ବହୁ ରାଜନୈତିକ ବିବାଦ ମଧ୍ୟରେ ମହାରାଷ୍ଟ୍ର ଗାଦିରେ ସିନ୍ଦେ ବିରାଜମାନ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନାଭିସ୍ ଦାଇତ୍ବ ନେଇଥିଲେ। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ଆଜି ସେ ନିଜ ସହର ନାଗପୁରରେ ଯାଇଛନ୍ତି। ସେଠାରେ ସେ ଏକ ବିଶାଳ ଶୋଭାଯାତ୍ରାରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।