ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଖୁସିର ମୁହୂର୍ତ୍ତ କିଛି ସମୟ ମଧ୍ୟରେ ଦୁଃଖରେ ପରିଣତ ହୋଇଗଲା। ଆମେରିକା ପ୍ରତିବର୍ଷ ଜୁଲାଇ୪ରେ ସ୍ବାଧୀନତା ଦିବସ ପାଳନ କରିଥାଏ। ତେବେ ଗତକାଲି ଆମେରିକାର ଚିକାଗୋର ପରେଡ ଶୋ ୬ଜଣଙ୍କର ମୃତ୍ୟୁ ଘଟିଥିଲା।
ଆମେରିକାରେ ଜୁଲାଇ୪କୁ ବହୁତ ଧୂମଧାମରେ ପାଳନ କରିଥାଏ। କାରଣ ଏହି ଦିନ ୧୭୭୬ମସିହାରେ କଣ୍ଟିନେଣ୍ଟାଲ କଂଗ୍ରେସ ଦ୍ବାରା ସ୍ୱାଧୀନତା ଘୋଷଣାନାମା ଗ୍ରହଣ କରାଯାଇଥିଲା।ତେବେ ଗତକାଲି ଚିକାଗୋରେ ସ୍ୱାଧୀନତା ଦିବସ ପରେଡରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୬ଜଣ ମୃତ୍ୟୁ କରିଥିଲେ। ଛାତ ଉପରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ ଏଥିରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଋଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଚେୟାର, ବେଲୁନ୍ ଏବଂ ବ୍ୟକ୍ତିଗତ ଜିନିଷ ସହିତ ପ୍ୟାରେଡ୍ ମାର୍ଗ ଛାଡି ସବୁ ଭୟଭୀତ ହୋଇ ପିଲମାନେ ଛାଡି ପଳାଇଯାଇଥିଲେ। କିଛି କ୍ଷଣ ମଧ୍ୟରେ ସେଠାକାର ଦୃଶ୍ୟ ପରିବର୍ତ୍ତନ ହୋଇଗଲା।
ଏହି ଘଟଣା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିବା ସହିତ ୨୨ ବର୍ଷୀୟ ରବର୍ଟ କ୍ରାଇମୋଙ୍କୁ ଗିରଫ କରିବା ପାଇଁ ଘୋଷଣା କରିଥିଲା।ଜରୁରୀକାଳୀନ ଅଧିକାରୀ କହିଛନ୍ତି ଯେ ଶିଶୁଙ୍କ ସମେତ ପ୍ରାୟ ୨୪ ରୁ ଅଧିକ ଲୋକ ଗୁଳି ବିନିମୟରେ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କର ଅବସ୍ଥା ଗୁରୁତର ରହିଛି। ୮ ବର୍ଷରୁ ଆରମ୍ଭ କରି୮୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ବର୍ଗରୁ ଲୋକ ଏଥିରେ ସାମିଲ ଅଛନ୍ତି।