ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି ପୂର୍ବାହ୍ନରେ ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ବିଭାଗର କର୍ମଚାରୀ କଲ୍ୟାଣ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଗତ ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିବା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ , ବରିଷ୍ଠ କ୍ୟାମେରାମ୍ୟାନ ଶ୍ରୀ ବିନୟ କୁମାର ତ୍ରିପାଠୀ , ଫଟୋଗ୍ରାଫର ମଲ୍ଲିମଣୀ ସୋରେନ୍ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଅର୍ଜୁନ କୁମାର ଗୌଡ , ଏହି ୪ ଜଣ ସରକାରୀ କର୍ମଚାରୀଙ୍କ ପାଇଁ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅବସରଗ୍ରହଣ କରିଥିବା ଏହି ଅଧିକାରୀ ଓ କର୍ମଚାରୀମାନଙ୍କର ଦୀର୍ଘ ଦିନର ଅଭିଜ୍ଞତା , ସରକାରୀ କାର୍ଯ୍ୟରେ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ସଂପର୍କରେ ଆଲୋକପାତ କରି ସେମାନଙ୍କର ଅବସରକାଳୀନ ଦୀର୍ଘ , ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।