ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ହାଇଦ୍ରାବଦକୁ କହିଲେ ଭାଗ୍ୟନଗର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଏକ ବୈଠକରେ ଯୋଗ ଦେଇଥିଲେ । ସେଠାରେ ମୋଦୀ ତାଙ୍କ ଅଭିଭାଷଣରେ ହାଇଦ୍ରବାଦକୁ ଭାଗ୍ୟନଗର ବୋଲି ସମ୍ବୋଧନ କରିଥିଲେ । ଗତ ରବିବାର ଦିନ ଭାରତୀୟ ଜନତା ପାଟି ର ସଭାପତି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପହଞ୍ଚିଥିଲେ ।
ସୂଚନାମୁତାବକ, ସର୍ଦ୍ଦାର ପଟେଲ ଦେଶର ସ୍ୱାଧୀନତା ପାଇଁ “ଏକ ଭାରତ” ର ଆହ୍ୱାନ୍ ଦେଇଥିଲେ । ତେବେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରହି ସର୍ଦ୍ଦାର ପଟେଲ ଦେଶ ସ୍ୱାଧୀନତାର ଭାଗ୍ୟ ର୍ନିଧାରଣ କରିଥିଲେ । ଏହା ସହ ସ୍ୱାଧୀନତା ସଂଗ୍ରାମରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଅନ୍ୟତମ । ଏହି ପରି ପଟେଲ ଏକୀକୃତ ଭାରତର ମୁଳଦୁଆ ରଖିଥିଲେ । ତେବେ ଏ ସବୁକୁ ନଜରରେ ରଖି ହାଇଦ୍ରାବାଦ ନାମକୁ ଭାଗ୍ୟନଗର ରେ ପରିବର୍ତ୍ତନ କରାଯିବା ଉଚିତ ବୋଲି ଦାବି କରିଛନ୍ତି ମୋଦୀ । ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ବିଜେପି ନେତା ରବି ଶଙ୍କର ପ୍ରସାଦ ତାଙ୍କର ସମର୍ଥନ ମୋଦୀଙ୍କୁ ଜଣାଇଛନ୍ତି । (ରିପୋର୍ଟ:ସୋନାଲି)