ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ ) । ୫ ଦିନ ଧରି ଏହି ପରୀକ୍ଷା ଚାଲିବ। ଏହା ସହିତ ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ ଟେଷ୍ଟ ( ସିବିଟି ) ମାଧ୍ୟମରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନର ପରୀକ୍ଷା ସରିଛି। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦ୍ଵିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ , ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଆଜି ପ୍ରଥମ ଦିନରେ ମୋଟ ୧୯ହଜାର୧୫୦ ନାମ ପଞ୍ଜୀକୃତ ହୋଇଥିବା ବେଳେ ମୋଟ ୧୬ହଜାର୨୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ଓଜେଇଇ କରାଯାଇଛି। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ଏଥିସହ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି ।