<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <h4> <strong>ଭୁବନେଶ୍ୱର</strong> : ଗତ କିଛି ଦିନ ତଳେ ବିଜେବି କଲେଜରେ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟ ରେ ଚର୍ଚ୍ଚା ସୃଷ୍ଟି କରି ଥିବା ବେଳେ ଏନେଇ ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନା କୁ ଆସିଛି । ଓଡିଶା ପୋଲିସ୍ ର ଅନୁଧ୍ୟାନ ପରେ ଜଣା ପଡିଛ଼ି କି ଛାତ୍ର ଛାତ୍ରୀ ଆତ୍ମହତ୍ୟା ରେ ଓଡିଶା ୨ୟ ସ୍ଥାନ ରେ ରହିଛି । ସୂଚନା ମୁତାବକ, ୨୦୨୦ ମସିହାରେ ୧୪୬୯ ଜଣ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଥିବା ରୁ ଓଡିଶା ଦ୍ୱିତୀୟ ସ୍ଥାନ ରେ ରହିଛି ଏବଂ ପ୍ରଥମ ସ୍ଥାନ ରେ ମହାରାଷ୍ଟ ରହିଛି । ଆହୁରି ମଧ୍ୟ ୧୧୫୮ ଜଣ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଥିବା ରୁ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ଦିନ କୁ ଦିନ ଏହି ସଂଖ୍ୟା ବଢୁଥିବା ରୁ ଏନେଇ ବିଷେଶ ପଦକ୍ଷେପ ନ ନେଲେ ଆଗକୁ ଏହା ଏକ ବଡ ଅସୁବିଧା ହୋଇ ଛିଡାହେବ । ବୁଦ୍ଧିଜୀବି ଙ୍କ ମତରେ ଆଜିର ଯୁବସମାଜ ପାଇଁ ଆତ୍ମହତ୍ୟା ଏକ ସରଳ ରାସ୍ତା ହୋଇଗଲାଣି ଏବଂ କୋଉଁଠି ନା କୋଉଁଠି ଏହା ଏକ ପ୍ରକାର ଆଗାମୀ ପିଢି ପାଇଁ ଖରାପ ବାର୍ତ୍ତା ବହନ କରୁଛି । ଏଥି ପ୍ରତି ଯଦି ସଠିକ ଭାବେ ଧ୍ୟାନ ନ ଦିଆଯାଏ ତାହେଲେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଅନ୍ଧାର ଘେରକୁ ଚାଲିଯିବ । ଏହା ସହିତ କୌଣସି ଛାତ୍ର ଛାତ୍ରୀ ଯଦି ଆଗକୁ ଆତ୍ମହତ୍ୟା କରୁଛନ୍ତି ତାକୁ ନେଇ ସଠିକ୍ ଓ ନିରପେକ୍ଷ ଭାବେ ତଦନ୍ତ ହେଲେ ଆମେ ଏହା କୁ ରୋକି ପାରିବା ।</h4>