ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ପୁଣି ଥରେ ଫେରିଛି କରୋନା । ଗତ କିଛି ଦିନ ହେବ ବଲିଉଡରେ ମାତିଛି କୋଭିଡର ଆତଙ୍କ । ତେବେ ଏହି କିଛି ଦିନ ହେବ ଟେଲିଭିଜନ ଅଭିନେତ୍ରୀ ନିକି ତାମ୍ବୋଲି କୋରାନାରେ ଆକ୍ରାନ୍ତ ଥବା ଜଣାପଡିଛି । ସୂଚନାମୁତାବକ, ଗତବର୍ଷ ନିକିଙ୍କର ଭାଇ କୋଭିଡରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କର ମୁତ୍ୟ ହୋଇଥିଲା । ତେବେ କିଛି ଦିନ ହେବ ନିକିଙ୍କ ଦେହ ଅସୁସ୍ଥ ଥଲା । ସେ କରୋନା ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି ।ତେବେ ଗତ ଶନିବାର ତାଙ୍କ କୋଭିଡ ପଜିଟିଭି ହୋଇଥିବା ନେଇ ସୂଚନା ଦେଇଥିଲେ ନିକି । ଏହା ସହ ସେ ନିଜକୁ ସେଲ୍ଫ କ୍ୱାରାଟାଇନରେ ରଖିଛନ୍ତି । ସମସ୍ତ ସତକର୍ତାର ସହ କୋଭିଡ ନିୟମ ମାନୁଛନ୍ତି ବୋଲି କହିଛନ୍ତି ନିକି ।ସୂଚନାମୁତାବକ, ଗତ କିଛି ଦିନ ହେବ ଭାରତୀୟ ଦଳର ଅଧିନାୟକ ରୋହିତ ର୍ଶମା ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ ।(ରିପୋର୍ଟ:ସୋନାଲି)