ସନଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର: ଆଜି ଫ୍ଲୋର ଟେଷ୍ଟ ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ସିନ୍ଦେ । ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ଦଳ ଶିବସେନା ବିଧାୟକଙ୍କ ସହ ଉପପ୍ରଧାନମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ,ବିଜେପି ବିଧାୟକ ଏବଂ ଅନ୍ୟଦଳର ନେତାଙ୍କ ସହ ମିଶି ଗତ ରବିବାର ଦିନ ରଣନୀତି କରିଥିଲେ । ତେବେ ପ୍ରସ୍ତୁତ ହୋଇଥିବା ରଣିନୀତି ଶେଷରେ ସଫଳ ହେଲା । ୧୬୪ ଭୋଟ୍ ଏକନାଥ ସିନ୍ଦେଙ୍କ ସପକ୍ଷରେ ଦିଆଯାଇଥିବା ବେଳେ ୯୯ ଟି ଭୋଟ୍ ଉ୍ଦ୍ଧବଙ୍କ ସପକ୍ଷରେ ଥିଲା । ତେବେ ୧୬୪ ଟି ଭୋଟ୍ ପାଇ ମହାରାଷ୍ଟ୍ର ଫ୍ଲୋର ଟେଷ୍ଟରେ ବାଜିମାତ୍ କରିଛନ୍ତି ସନ୍ଦେ । (ରିପୋର୍ଟ: ସୋନାଲି)