ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନ ଥିବା ବେଳେ ଗୃହ ଆରମ୍ଭ ରୁ ହିଁ ଗୃହକୁ ମୁଲତବୀ କରାଯାଇଛି। ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି। ବିଜେବି କଲେଜ ଛାତ୍ରୀଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ମାନେ ପୋଡିୟମ ତଳେ ହୋ ହାଲା କରିଥିଲେ। ବିରୋଧୀ ମାନେ ଗୃହ ଚାଲିବାକୁ ଦେଇ ନଥିଲେ। ଶୂନ୍ୟ କକାଳରେ ପ୍ରସଙ୍ଗ ଉଠାଇାକୁ ବାଚସ୍ପତି ଅନୁରୋଧ କରିଥିଲେ କିନ୍ତୁ ବିରୋଧୀ ମାନେ କଥା ନ ଶୁଣି ଗୃହରେ ପାଟିଗୋଳ କରିଥିଲେ। ଯାହା ଫଳ ସ୍ବରୁପ ଗୃହ କୁ ମୁଲତବୀ କରାଯାଇଛି।