ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଅଜୟ ହାୟର ସେକେଣ୍ଡାରୀ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ। ତମାଣ୍ଡୋ ସ୍ଥିତ ଅଜୟ ହାୟର ସେକେଣ୍ଡାରୀ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ମହୋଦୟ , ମୁଖ୍ୟବକ୍ତା ରୁପରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ମହୋଦୟ ସମ୍ମାନୀୟ ଅତିଥି ରୁପରେ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର ଏବଂ ଶ୍ରୀଯୁକ୍ତ ଲିଙ୍ଗରାଜ ଚଇନି ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀମତୀ ବବିତା ମଙ୍ଗରାଜ , କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମଙ୍ଗରାଜ ମହୋଦୟଙ୍କ ଅଧ୍ୟକ୍ଷତାରେ ଏବଂ କଲେଜର ପ୍ରଶାସନିକ ଅଧିକାରି ଶ୍ରୀ ମୃତ୍ୟୁଞ୍ଜୟ ସ୍ବାଇଁ , ଦେବଦତା ସ୍ବାଇଁ ଓ ବିଭୁଦତ ନାୟକଙ୍କ ସୁପରିଚାଳନାରେ ବହୁ ବିଶିଷ୍ଟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଗହଣରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଅଛି ।