ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର– ରାଗିଂ ନିଆଁ ରେ ଜୀବନ ଆହୁତି ।ଗତ କାଲି ବିଜେବି କଲେଜ ରେ ଜଣେ ଛାତ୍ରୀ ରାଗିଂ ପାଇଁ ଆତ୍ମ ହତ୍ୟା କରିଛନ୍ତି । ତେବେ ସୂଚନା ମୁତାବକ ସେ କଳା ବିଭାଗ ର ପ୍ରଥମ ବର୍ଷ ର ଛାତ୍ରୀ ହୋଇଥିଲା ବେଳେ ତାଙ୍କ ଘର କଟକ । ତେବେ ରୁଚିକା କାହିଁକି ଏବଂକେଉଁ କାରଣ ରୁ ଆତ୍ମହତ୍ୟା କରିଛନ୍ତି ପୋଲିସ ତାହାର ଛାନବିନ ଆରମ୍ଭ କରିଛି ।
ତେବେ ସୁଚନା ମୁତାବକ ଘଟଣା ର ତଦନ୍ତ ଆରମ୍ଭ କରି ବଡଗଡ ମହିଳା ପୋଲିସ ୧୩୪ଜଣ ସିନିୟର ଙ୍କୁ ପଚରାଉଚରା କରିଛି । ଏହା ସହିତ କେଉଁ ୩ ଜଣ ସିନିୟର, ଏବଂ କେବେଠୁ ରାଗିଂ କରି ଆସୁଥିଲେ ଯେଉଁଥି ପାଇଁ ରୁଚିକା ଆଜି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଆଇଏସ ସ୍ୱପ୍ନ ରଖୁଥିବା ମେଧାବି ଛାତ୍ରୀ ରୁଚିକା ତାଙ୍କ ପିତା ମାତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଭୁବନେଶ୍ୱର ଆସିଥିଲେ । ତେବେ କେଉଁ ସ୍ତରର ମାନସିକ ଚାପ ତାଙ୍କୁ ଆଜି ଏହି କାର୍ଯ୍ୟ କରିବାକୁ ବାଧ୍ୟ କଲା ତାର ଉତ୍ତର ଖୋଜୁଛି ପୋଲିସ୍ । ବିଭିନ୍ନ ସମୟରେ କମିସନରେଟ ପୋଲିସ ର ତଦନ୍ତ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା ବେଳେ ରୁଚିକା ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ୩ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶୋକ ପ୍ରକାଶ କରିଛନ୍ତି ଏବଂ ଆସନ୍ତା କାଲି ବିଧାନସଭା ରେ ଏହି ପ୍ରସଙ୍ଗ ଉଠିବ ବୋଲି ବିଜେପି ନେତା ମୋହନ ମାଝି ଏବଂ କଗ୍ରେଂସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି । (ରିପୋର୍ଟ-ବିଶ୍ୱ)