ସନଷ୍ଟାର ଟିଭି ବ୍ୟୁରୋ
-
ହାଇଦ୍ରାବାଦ ନା ଭାଗ୍ୟନଗର
-
ବଦଳିବ କି ହାଇଦ୍ରାବାଦର ନାମ
-
ମୋଦୀଙ୍କ ମୁହଁରେ ଭାଗ୍ୟନଗର
ହାଇଦ୍ରାବାଦ: ବିଜେପି ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ପ୍ରତିନିଧୀଙ୍କୁ ସମ୍ବୋଧିତ କରିବା ସମୟରେ ତେଲେଙ୍ଗାନା ରାଜଧାନୀକୁ ଭାଗ୍ୟନଗର ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାଗ୍ୟନଗର ରେ ହିଁ ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ପଟେଲ “ଏକ ଭାରତ” ଶବ୍ଦ ଉଚ୍ଚାର କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ। ସର୍ଦ୍ଦାର ପଟେଲ ଏକୀକୃତ ଭାରତର ମୂଳଦୁଆ ରଖିଥିଲେ। ଏବଂ ଏହାକୁ ଆଗକୁ ବଢ଼ାଇବା ବିଜେପିର ଦାୟିତ୍ବ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି।ଆରଏସଏସ, ବିଜେପିର ଆଦର୍ଶଗତ ଅନେକ ବିଜେପି ନେତା ହାଇଦ୍ରାବାଦର ନାମ ଭାଗ୍ୟନଗର ନାମରେ ନାମିତ କରିବାକୁ ଦାବି କରିଆସୁଛନ୍ତି।
ହାଇଦ୍ରାବାଦର ନାମ ଭାଗ୍ୟନଗର ରେ ପରିବର୍ତ୍ତନ କରାଯିବ କି ବୋଲି ପଚରାଯାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ କ୍ୟାବିନେଟ ସହକର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ଏହା ସ୍ଥିର କରିବେ। ଏହାସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଇଦ୍ରାବାଦକୁ ଭାଗ୍ୟନଗର ରେ ପରିଣତ କରିବାକୁ ଭୋଟ୍ ମାଧ୍ୟମରେ ଉତ୍ତର ଦେବାକୁ ଅନୁରୋଧ କରିଛନ୍ତି।