ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଅଭିନେତା-ଦମ୍ପତି ମାହୀ ଏବଂ ଜୟ ଭାନୁଶାଲିଙ୍କୁ ହତ୍ୟାର ଧମକ ଦେଉଥିବା ରୋଷେୟାକୁ ଆଜି ଗିରଫ କରାଯାଇଛି। ଏକ ନୂତନ ରିପୋର୍ଟ ଅନୁଯାୟୀ, ରୋଷେୟା ହେଉଛନ୍ତି ୪୦ ବର୍ଷିୟ ସନ୍ତୋଷ ଯାଦବ। କିଛି ଦିନ ପୂର୍ବେ, ଡିଲିଟ୍ ହୋଇଥିବା ଟୁଇଟ୍ ର ଏକ ସିରିଜରେ ମାହୀ ତାଙ୍କ ରୋଷେୟା ବିରୋଧରେ ସେୟାର କରିଥିଲେ। ସେ ଏଥିରେ ଲେଖିଥିଲେ ଯେ ସେ କିପରି ରୋଷେୟା ଦ୍ବାରା କିପରି ଧମକ ପାଇଥିଲେ। ସେ ଏହାର ଏକ ଚିତ୍ର ମଧ୍ୟ ତାଙ୍କର ଆକାଉଣ୍ଟ୍ ସେୟାର କରିଥିଲେ।
ସୂଚନାମୁତାବକ ଗତ ସପ୍ତାହରେ, ମାହୀ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି କଥା ପ୍ରକାଶ କରିଥିଲେ। ରୋଷେୟା ଚୋରି କରିବା କଥା ସାମ୍ନାକୁ ଆସିଥିଲା। ଏହା ଦ୍ବାରା ଆମେ ସମସ୍ତେ ସଚେତନ ଥିଲୁ। ଜୟ ଆସିବା ପରେ ଆମେ ଏହି ବିଷୟରେ ଆଲୋଚନା କରିଥିଲୁ। ରୋଷେୟା ଆମକୁ ପୁରା ମାସ ପାଇଁ ଦେୟ ଦେବାକୁ ଦାବି କରିଥିଲେ। ଯେତେବେଳେ ଜୟ ଯୁକ୍ତି କରିବାକୁ ଚେଷ୍ଟା କଲେ, ସେ କହିଥିଲେ ଯେ ‘୨୦୦ ବିହାରୀ ଟୋକାଙ୍କୁ ଆଣି ଛିଡା କରିଦେବି। ଏହା ପରେ ସେ ମଦ୍ୟପାନ କରି ଆମ ଉପରେ ଅତ୍ୟାଚାର କରିବା ଆରମ୍ଭ କଲା। ଆମେ ଏହାପରେ ପୋଲିସ ପାଖକୁ ଗଲୁ। ଏବଂ ଏକ ମକଦ୍ଦମା ରୁଜୁ କରାଇଥିଲୁ।ସୂଚନାମୁତାବକ ମାହି ଏବଂ ଜୟ କିଛି ବର୍ଷ ପାଇଁ ଡେଟିଂ କରିବା ପରେ ୨୦୧୧ ରେ ବିବାହ କରିଥିଲେ।