ସନଷ୍ଟାର ଟିଭି ବ୍ୟୁରୋ
ରାଜସ୍ଥାନ: ପ୍ରଶାସନର ଉପରେ ଖପା ହେଲେ ରାଜ୍ୟବାସୀ । ଉଦୟପୁର ହତ୍ୟା ଘଟଣାରେ ନୂଆ ମୋଡ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ମିଳିଲାନି ସୁରକ୍ଷା । ଉଦୟପୁର କହ୍ନେୟା ଲାଲଙ୍କ ନିର୍ମମ ହତ୍ୟା ଯୋଜନା ବଧ୍ୟ ଭାବେ କରାଯାଇଥିଲା । ହତ୍ୟା ପୂର୍ବରୁ ବାରମ୍ବାର ଧମକ ମିଳୁଥିଲା କହ୍ନେୟାଙ୍କୁ। ତେବେ ହତ୍ୟା ଧମକକୁ ନେଇ ଭୟଭିତ ଥିବା କହ୍ନେୟା ୮ ଦିନ ପର୍ଯ୍ୟନ୍ତ ତାଙ୍କ ଦୋକାନ ବନ୍ଦ କରିବା ସହ ପୋଲିସକୁ ମଧ୍ୟ ଅବଗତ କରାଇଥିଲେ । ହେଲେ ପୁଲିସ କହ୍ନେୟାଙ୍କ ଅଭିଯୋଗକୁ ଶୁଣି ନଥିଲେ । ଏହା ପରେ ୪୮ ବର୍ଷିୟ କହ୍ନେୟାଙ୍କୁ ଅତି ଜଘଂନ୍ୟ ଭାବେ ଦିନ ଦିପ୍ରହରରେ ହତ୍ୟା କରାଯାଇଥିଲା । ସୂଚନାଥାଉକି, ନୂପୁର ର୍ଶମାଙ୍କୁ ସମର୍ଥନ ଜଣାଇ ତାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିବା ହେତୁ କହ୍ନେୟାଙ୍କୁ ହତ୍ୟା କରାଯାଇଛି । ତେବେ ପ୍ରଶାସନକୁ ସବୁ ବିଷୟରେ ଅବଗତ କରିଥିଲେ କହ୍ନେୟା । ସବୁଜାଣି ମଧ୍ୟ ଚୁପ ବସିଥିଲେ ପ୍ରଶାସନ । କୌଣସି ସୁରକ୍ଷା ମଳିନଥିଲା କହ୍ନେୟାଙ୍କୁ । ତେବେ ଏଭଳି ଭାବେ କହ୍ନେୟାଙ୍କୁ ଅଣଦେଖା କରିବା ପ୍ରଶାସନ ଉପରେ ଭାରି ପଡିଛି । ସବୁ ଜାଣି ମଧ୍ୟ ଦରଜି କହ୍ନେୟାଙ୍କୁ କୌଣସି ସୁରକ୍ଷା ନ ଦେଇଥିବା ହେତୁ ଇନ୍ସପେକ୍ଟର ଜେନେରାଲ ଏବଂ ଉଦୟପୁର ପୁଲିସ ଅଧକ୍ଷକଙ୍କ ସମେତ ଭାରତୀୟ ପୁଲିସ ସେବା(ଆଇପିଏସ)ର ୩୨ ଜଣ ଅଧିକାରିଙ୍କ ବଦଳି କରାଯାଇଛି । ଏହା ସହ ଶୁକ୍ରବାର ଦିନ ସବୋର୍ଚ୍ଚ ନିୟ୍ୟାଳୟ ମଧ୍ୟ ନିଲମ୍ବିତ ବିଜେପି ନେତା ନୂପୁର ଶର୍ମାଙ୍କୁ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । (ରିପୋର୍ଟ:ସୋନାଲି)