ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବର୍ଷାରେ ଭିଜିଲା ଦିଲ୍ଲୀ । ଝାଞ୍ଜି ଖାରାରୁ ମିଳିଲା ତ୍ରାହି ।ତେବେ ଆଜି ସକାଳୁ ଦିଲ୍ଲୀରେ ମୌସୁମୀ ଆରମ୍ଭ ହେବେ ସହ ପ୍ରବଳ ବର୍ଷା ହୋଇଛି । ଏହି କିଛି ଦିନ ଧରି ଗରମ ଏବଂ ଆର୍ଦ୍ର ପାଗ ପରେ ତାପମାତ୍ରା ୪୦ ସେଲସିୟସରୁ ଅଧିକ ରହୁଥିଲା । ଏଥିରେ ଦିଲ୍ଲୀର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ତେବେ ଆଜି ସକାଳେ ଦିଲ୍ଲୀ ବହୁ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିଲା । ବର୍ଷା ପରେ ସହରବାସୀଙ୍କୁ ଝାଞ୍ଜି ଖରା ଏବଂ ଗରମରୁ ମିଳିଛି ଆସ୍ୱକ୍ତି । ତେବେ ପ୍ରବଳ ବର୍ଷା ହେତୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଦୁଇଟି ବିମାନକୁ ସ୍ଥାନ ପରିବର୍ତ୍ତନ କରାଯାଇଥିଲା । ଗୋଟେ ଏୟାର ଇଣ୍ଡିଆର ବିମାନ ଅମୃତ ସହରକୁ ଡାଇଭର୍ଟ କରାଯାଇଥିବା ବେଳେ ଅନ୍ୟ ଏକ ଏୟାର ଇଣ୍ଡିଆ ବିମାନକୁ ଜୟନପୁରକୁ ପଠାଯାଇଥିଲା । ଏହା ସହ ଅନ୍ୟ ବିମାନମଗୁଡିକର ଉଡାଣରେ ମଧ୍ୟ ବିଳମ୍ବ ହୋଇଥିଲା ।(ରିପୋର୍ଟ:ସୋନାଲି)