ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଗତକାଲି ରାଜସ୍ଥାନରେ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ । ଏଭଳି ଏକ ଭୟଙ୍କର ହତ୍ୟାକୁ ନେଇ ଏବେ ସାରା ଭାରତରେ ଆକ୍ରୋଶ ଦେଖା ଦେଇଛି । ତେବେ ଏ ନେଇ ଗୃହ ମନ୍ତ୍ରଳାୟ ପକ୍ଷରୁ କଡାକଡି ଭାବେ ତଦନ୍ତ କରିବା ସହ ଘଟଣା ପଛର ରହସ୍ୟ ବହାର କରିବାକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏ ନେଇ ଗୃହ ମନ୍ତ୍ରଳାୟର ମୁଖପାତ୍ର ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସୂଚନାମୁତାବକ, ଗତ ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟାଲାଲଙ୍କ ନିର୍ମମ ହତ୍ୟାକାଣ୍ଡ ଏବେ ପୁଣି ଥରେ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ବଡ ଫାଟକ ସୃଷ୍ଟି କରିଛି । ତେବେ କହ୍ନେୟାଙ୍କ ହତ୍ୟା କରିଥିବା ଦୁଇଜଣ ମୁସଲମାନଙ୍କୁ ପୁଲିସ ଗିରଫ କରିଛନ୍ତି । କହ୍ନେୟାଙ୍କ ହତ୍ୟାକାରୀ ଦୁଇ ଜଣ ଦୁଇଭାଇ ବୋଲି ସୂଚନା ମିଳିଛି । ତେବେ ଏହି ଦୁଇଜଣ ମୁସଲମାନ ଅଭିଯୁକ୍ତ ସହ ଆତଙ୍କବାଦୀଙ୍କ ହାତ ରହିଥିବା ନେଇ କେନ୍ଦ୍ର ସରକାର ସନ୍ଦେହ ପ୍ରକଟ କରିଛନ୍ତି । ଏହି ଜଘନ୍ୟ ହତ୍ୟକାଣ୍ଡ ପରେ ସାରା ରାଜ୍ୟରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନଜରେ ରଖି ଉଦୟପୁରର ୭ ଟି ପୁଲିସ ଷ୍ଟେସନରୁ ଅଧିକ ଜାଗାରେ ୧ ମାସ ପର୍ଯ୍ୟନ୍ତ କର୍ଫୁ ଜାରିି କରାଯାଇଛି ।(ରିପୋର୍ଟ: ସୋନାଲି)