ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଶାଢୀକୁ ନେଇ ଚର୍ଚ୍ଚାରେ ରଶ୍ମିକା । ଦକ୍ଷିଣ ଭାରତ ସିନେ ଇଣ୍ଡଷ୍ଟିର ବହୁ ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ପୁଣି ଚର୍ଚ୍ଚାରେ । ରଶ୍ମିକାଙ୍କୁ ‘ନ୍ୟାସନାଲ କ୍ରସ୍’ ବୋଲି ମଧ୍ୟ କୁହାଯାଏ । ତେବେ ରଶ୍ମିକାଙ୍କ ଏକ ଫୋଟ ଏବେ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ରଶ୍ମିକା ମନ୍ଦନା ଏକ ପାରମ୍ପାରିକ ରୂପରେ ସଜେଇ ହୋଇଛନ୍ତି । ସେ ଇନଷ୍ଟାରେ କରିଥିବା ପୋଷ୍ଟରେ ଏକ ମେରୁନ ରଙ୍ଗର ଶାଢୀ ପିନ୍ଧିଛନ୍ତି । ଅତି ସୁନ୍ଦର ଉପାୟରେ ସେ ଶାଢୀ ସହ ପୋଜ୍ ଦେଇଛନ୍ତି । ଏବେ ତାଙ୍କର ଏହି ପୋଷ୍ଟଟି ଇନଷ୍ଟାରେ ଖୁବ୍ ପ୍ରଶଂସା ସାଉୁଁଟିବାରେ ଲାଗିଛି । ତେବେ ଏହି ପୋଷ୍ଟ ସହ କ୍ୟାପସନରେ ହାର୍ଟ ଚିହ୍ନ ଲଗେଇଛନ୍ତି ରଶ୍ମିକା । ତେବେ ପାରମ୍ପରିକ ରୂପରେ ନିଜକୁ ସଜେଇ ରଶ୍ମିକା ଅଧିକ ସୁନ୍ଦରୀ ଲାଗୁଛନ୍ତି ବୋଲି ତାଙ୍କର ପ୍ରଶଂସକମାନେ ମନ୍ତବ୍ୟ ଦେଇଛନ୍ତି । ସୂଚନାମୁତାବକ, ରଶ୍ମିକା ମନ୍ଦନା ବହୁ ଶୀଘ୍ର ବଲିଉଡରେ ରଣବୀର କାପୁରଙ୍କ ସହ ବଡ ପରାଦାରେ ସ୍କ୍ରିନ୍ ସେୟାର କରିବେ ବୋଲି ସୂଚନା ମିଳିଛି । (ରିପୋର୍ଟ:ସୋନାଲି)