ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ସୁନାବେଡା ପୌରଅଞ୍ଚଳ ଅଧିନସ୍ଥ ନେହୁରୁ ନଗର ଜୟପୁର ମହିଳା ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ସେ ଘରକୁ ଫେରି ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ ।ପୁଣି ସେଠାରୁ ଫେରି ସେମିଲିଗୁଡା କିଛି ଦିନ ହେବ ରୁଟି ଫ୍ୟାକ୍ଟରୀରେ କାମ କରୁଥିଲେ ।
ଛାତ୍ରୀ ଜଣକ କୌଣସି କାରଣରୁ ଘରେ କେହି ନ ଥିବା ସୁଯୋଗ ନେଇ ପଙ୍କାରେ ନିଜ ଚୁନି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତର ପୁଟସିଲ ଗ୍ରାମର ରଚନା ସାଉଁତାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଥିରେ ଖବର ପାଇଁ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲାପରିଷଦ ମହନ ଜାନି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହା ସହ ସୁନାବେଡା ପୋଲିସ ପହଁଞ୍ଚି ଝୁଲନ୍ତା ଶବ ଉଦ୍ଧାର କରିବା ସହ ମନିପ୍ରସରେ ଥିବା ଅଜଣା ଯୁବକଙ୍କ ପାସପୋର୍ଟ ଫୋଟୋ ଓ ମୋବାଇଲ ଜବତ କରିଛି । ସେଥିରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ପୋଷ୍ଟମାଟାମ ରିପୋର୍ଟ ଆସିବା ପରେ କାରଣ ଜଣା ପଢିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଦୁଃଖ ଦାୟ ଘଟଣା ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।(ରିପୋର୍ଟ: ବେଙ୍କଟେସ ରାଓ)