ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ପୁଣି ଥରେ ଅଗ୍ନିପଥ ସ୍କିମକୁ ନେଇ ଗର୍ଜିଲେ ମମତା । କହିଲେ ଏହି ଯୋଜନାରେ ବିଜେପି ସାଧାରଣ ଜନତାଙ୍କୁ ଠକୁଛି । ଅଗ୍ନିପଥ ସ୍କିମକୁ ନେଇ ବଡ ସ୍କାମ କରୁଛି ବିଜେପି ବୋଲି କହିଛନ୍ତି ମମତା । ତେବେ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି । ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେର ତଥା ସମାଜସେବୀ ତିସ୍ତା ସେଟାଲଭାଡାଙ୍କୁ ଗିରଫକୁ ନେଇ ସ୍ୱର ଉଠେଇଛନ୍ତି ମମତା । ସେ କହଛନ୍ତି ଯେଉଁମାନେ ଘୃଣା ବିସ୍ତାର କରୁଛନ୍ତି ସେମାନେ ମୁକ୍ତରେ ବୁଲୁଛନ୍ତି । ହେଲେ ଯେଉଁମାନେ ସତ୍ୟକୁ ସମ୍ନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ହାଜତକୁ ପଠାଯାଉଛି। ତେବେ ଅଗ୍ନପଥ ସ୍କିମ ଅନୁସାରେ ୪ ବର୍ଷ ପରେ ଚାକିରିରୁ ବାହାର କରିଦିଆଯିବ । ଏବଂ ଏହାପରେ ତାଙ୍କୁ ରାଜ୍ୟକୁ ପଠାଇ ଦିଆଯିବ। ଏମିତି ଚାକିରୀ ଦିଆଯାଏ ନାହିଁ ବୋଲି କହିଛନ୍ତି ମମତା। ପିଲା ମାନଙ୍କୁ ଲଲିପପ୍ ଦେଖାଇ ଶୋଷଣ କର ନାହିଁ ବୋଲି ମମତା କହିଛନ୍ତି। ଅଗ୍ନିପଥ ସ୍କିମ ଜରିଆରେ ଯାଇଥିବା ସୈନ୍ୟଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ପିଲାଙ୍କୁ ସେମାନଙ୍କର ଦକ୍ଷତା ଦେଖି ଚାକିରି ଦିଆଯିବାର ନିୟମ ରହିଛି । ତେବେ ଏହି ୪ ବର୍ଷ ପରେ ଅବଶିଷ୍ଟ ଯୁବକମାନେ କ’ଣ କରିବେ ? ସେମାନଙ୍କୁ ଏହି କାର୍ଯ୍ୟକାଳକୁ ୬୦ ବର୍ଷ ଯାଏ ବୃଦ୍ଧି କର। ଏହାପରେ ତାଙ୍କୁ ପେନସନ ମଧ୍ୟ ଦିଅ ବୋଲି ମମତା କହିଛନ୍ତି। (ରିପୋର୍ଟ:ସୋନାଲି)