ସନଷ୍ଟାର ଟିଭି ବ୍ୟୁରୋ
ପଞ୍ଜାବ: ହଷ୍ଟେଲ ବିଲ୍ଡିଂରୁ ପଡି ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟ । ଜନ୍ମଦିନ ପାଳନ ପାଇଁ ଚାଲିଥିଲା ଟଙ୍କା ଆଦାୟ ।ହେଲେ ସେହି ସମୟରେ ଘଟିଥିଲା କିଛି ଅପ୍ରୀତିକର ପରିସ୍ଥିତି । ଏଠାରେ ଦୁଇଟି ବିଭାଗ ଯଥା ଡିଏଭି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ଛାତ୍ର ରହୁଥିଲେ । ଭୋଜି ପାଇଁ ଟଙ୍କା ଆଦାୟ ଚାଲିଥିବା ବେଳେ ଦୁଇଛାତ୍ରଙ୍କ ଭିତରେ ଭୟଙ୍କର ଝଗଡା ସୃଷ୍ଟି ହୋଇଥଲା ଏବଂ ଝଗଡାରୁ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ଏହା ପରେ ଆକସ୍ମିକ ଭାବେ ଦୁଇଜଣ ଛାତ୍ର ବିଲ୍ଡିଂରୁ ତଳକୁ ଖସି ପଡିଥିଲେ । ଏହି ଘଟଣାଟି ପଞ୍ଜାବର ଜଲନ୍ଧରରେ ଘଟିଥିଲା । ଗତ ରବିବାର ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଏକ ଅମାନବୀୟ ଘଟଣା ।ତେବେ ଘଟଣା ସ୍ଥଳରେ ହିଁ ଜଣେ ଛାତ୍ରଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି ତେବେ ,ଏହି ବିଷୟରେ ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ସଞ୍ଜୀବ ନାଭାଲ କହିଛିନ୍ତି ଯେ ସେମାନେ ଦ୍ୱିତୀୟ ମହଲାରୁ ପଡି ଯାଇଥିଲେ । ସୂଚନାମୁତାବକ,ଜଣକର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଛି । ଡିସିପି ଜସ୍କିରାଟଜିତ୍ ତନେଜା ଗଣମାଧ୍ୟମକୁ ଦେଇଥିବା ସୂଚନା ଅୁନୂଯାୟୀ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଛାତ୍ର ବିରୋଧରେ ୩୪୦ ଆଇପିସି ଧାରା ଏକ ମାମଲା ରୁଜୁ କରାଯାଇଛି ।(ରିପୋର୍ଟ: ସୋନାଲି)