ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ : ଅଜାଙ୍କ ପାଖକୁ ବୁଲିବାକୁ ଆସିଥିବା ବେଳେ ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କଲେ ନାତି। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲାର କିଛି ଲୋକ ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଂଚଳରେ ରହି ଫେରି କରି ଆସୁଛନ୍ତି । କ୍ରିଷ୍ଣନଗର ଅଂଚଳର ମହେନ୍ଦ୍ର ବିଶ୍ୱାଶ ଖଗଡାପାଳ ଗ୍ରାମରେ ଏକ ଭଡା ଘରେ ରହି ଫେରି କରି ଆସୁଥିଲେ। ୩ଦିନ ତଳେ ତାଙ୍କ ଝିଅର ପୁଅ ନାତି ଉଜ୍ଜଳ ବିଶ୍ୱାଶ ଅଜାଙ୍କ ପାଖକୁ ବୁଲି ବାକୁ ଆସିଥିଲା। କିନ୍ତୁ ଦେଖିବା ବେଳକୁ ଆଜି ସକାଳ ସମୟରେ ସେ ବେକରେ ଲୁଙ୍ଗିଦେଇ ଘର ଚାଳରେ ଝୁଲୁଥିବାର ତାଙ୍କ ଅଜା ଦେଖି ବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବରଦେଇ ଥିଲେ ଅଜା। ଖବର ପାଇବା ପରେ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଗୁମର ଫିଟିବ ବୋଲି ଆଶା କରାଯାଉଛି। (ରିପୋର୍ଟ:ଚନ୍ଦନ ଜେନା)