ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ମହା ପ୍ରଭୁଙ୍କର ଦର୍ଶନ ଲାଭ କରିବା ପାଇଁ କାହିଁ କେତେ ଦୂରରୁ ପୁରୀକୁ ଆସିଥାଆନ୍ତି। ତେବେ ଏହା ଭିତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସମୟ ସାରଣୀ ପ୍ରଦାନ କରାଯାଇଛି। ଦିନ ସକାଳ ୮ ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ଏହାପରେ ସକାଳ ୯ ଟାରୁ ୧୦.୩୦ ଯାଏଁ ସର୍ବସାଧାରଣ ଦର୍ଶନ ସମୟ ରହିଛି । ବିଶେଷ ନୀତି ସକାଶେ ସକାଳ ୧୦ ଟା ୩୦ ରୁ ଅପରାହ୍ନ ୨ ଟା , ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ ଟା ଯାଏଁ , ଏହାପରେ ସନ୍ଧ୍ୟା ୬ଟା ୩୦ ରୁ ରାତି ୯ ଟା ଯାଏଁ ଏବଂ ରାତି ୧୦ ଟା ୩୦ ରୁ ୧୧ ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଅପରାହ୍ନ ୨ ଟାରୁ ୩ଟା ଯାଏଁ ଏକ ଘଣ୍ଟା ,ପରେ ସନ୍ଧ୍ୟା ୬ ଟାରୁ ୬.୩୦ ଯାଏଁ , ରାତ୍ରୀ ୯ ଟାରୁ ୧୦ ଟା ୩୦ ଯାଏଁ ଏବଂ ରାତିରେ ୧୧ଟା ୩୦ ରୁ ୧୨ ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ଶ୍ରଦ୍ଧାଳୁ ମାନେ ଚାହିଁଲେ ଏହି ସମୟରେ ଦର୍ଶନ ଲାଭ କରି ପାରିବେ।