ସନଷ୍ଟାର ଟିଭି ବ୍ୟୁରୋ
-
ଇଡିରେ ହାଜର ହେଲେନି ରାଉତ
-
ପୁଣି କରିଲେ ବିଦ୍ରୋହୀଙ୍କୁ ଟାଗେର୍ଟ
-
ଇଡିର ଭୟ ଦେଖାଉଛନ୍ତି ବିଦ୍ରୋହୀ
ରିପୋର୍ଟ:ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବାକୁ ମନା କରିଛନ୍ତି ସଞ୍ଜୟ ରାଉତ। କହିଲେ ମୋର କିଛି ଆବଶ୍ୟକ ମିଟିଙ୍ଗ ଥିବାରୁ ମୁଁ ହାଜର ହୋଇ ପାରିବି ନାହିଁ। କିନ୍ତୁ ନିଶ୍ଚୟ ହାଜିର ହେବେ ବୋଲି କହିଛନ୍ତି ସଞ୍ଜୟ। ଇଡିକୁ ସମୟ ମାଗିବା ପାଇଁ କହିଲେ ସଞ୍ଜୟ। ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ମାନଙ୍କୁ ଟ୍ବିଟ ବାଣ ମାରିଥିବା ବେଳେ ପୁଣି ଆଜିଥରେ ବିଦ୍ରୋହୀ ବିଧାୟକଙ୍କ ଉପରେ ଆକ୍ରମଣ କରିଛନ୍ତି ରାଉତ। ସେ ଏହାକୁ ନେଇ ଗୋଟିଏ ଟ୍ବିଟ କରିଛନ୍ତି। ସେ ଏଥିରେ ଜହାଲତ ଲେଖିଛନ୍ତି। ଯାହର ଅର୍ଥ ହେଉଛି ଚଳ ପ୍ରଚଳ କରୁଥିବା ଲାସ। ଏହାପୂର୍ବରୁ ସେ ବିଦ୍ରୋହୀ ବିଧାୟକମାନଙ୍କୁ ଜୀବନ୍ତ ଶବ ବୋଲି ସମ୍ବୋଧିତ କରିଥିଲେ। ଏକ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ସେ କହିଥିଲେ ଯେ ଗୁଆହାଟୀରେ ୪୦ ଟି ଜୀବନ୍ତ ଶବ ଅଛି ଯେଉଁମାନଙ୍କର ପ୍ରାଣ ମରିଯାଇଛି। ତାଙ୍କ ବିବୃତ୍ତି ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ଏହା ବ୍ୟତୀତ ସେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଇଡି ସମନ ହେବାକୁ ନୋଟିସ ଆସିଛି। ଏହା ଉପରେ ବିଜେପି ଏବଂ ବିଦ୍ରୋହୀ ବିଧାୟକଙ୍କୁ ମୁଁ ଆକ୍ରମଣ କରିଥିଲେ ତେଣୁ ସେମାନେ ଏଜେନ୍ସିଙ୍କୁ ମୋ ପଛରେ ଲଗାଇଛନ୍ତି। ତେବେ ଏହାକୁ ନେଇ ସଞ୍ଜୟ କହିଛନ୍ତି, ‘ମୁଁ ଜାଣିବାକୁ ପାଇଛି ଯେ ଇଡି ମୋତେ ଡାକିଛି । ଏହା ଭଲ! ମହାରାଷ୍ଟ୍ରର ରାଜନୀତିରେ ଏହା ଏକ ବଡ ରାଜନୈତିକ ପରିବର୍ତ୍ତନ ଚାଲିଛି। ଆମେ ବାଲାସାହେବ ଠାକରେର ସୌନିକମାନେ ଏକ ବଡ଼ ଯୁଦ୍ଧ କରୁଛୁ । ମୋତେ ଅଟକାଇବା ପାଇଁ ଏହା ଏକ ଷଡଯନ୍ତ୍ର ମାତ୍ର। ତୁମେ ଯଦି ମୋ ମୁଣ୍ଡ କାଟିଦିଅ, ମୁଁ ଗୁଆହାଟି ମାର୍ଗରେ ଯିବି ନାହିଁ । ମୋତେ ଗିରଫ କର! ଜୟ ହିନ୍ଦ! ‘
ସୂଚନାମୁତାବକ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଡକାଇଛନ୍ତି। ରାଉତ କହିଛନ୍ତି ମତେ କେବଳ ଚୁପ କରାଇବା ପାଇଁ ଏହା ଗୋଟିଏ ଖେଳ। ଏହି ଖେଳ କିଏ ରଚୁଛି ଆଉ ପରଦା ପଛରେ ଖେଳ କିଏ କରୁଛି ମତେ ସବୁ ଜଣା। ମୁଁ ବର୍ତ୍ତମାନ ଶିବ ସେନା ପାଇଁ ଆଗଧାଡିରେ ଲଢ଼ୁଛି। ତେଣୁ ଏହା ମୋ ପାଇଁ କିଛି ନୁହେଁ। ଯେଉଁ ମାମଲାରେ ସେମାନେ ମତେ ହାଜର ହେବାକୁ କହିଛନ୍ତି ମୁଁ ସେ ମାମଲା ବିଷୟରେ ମଧ୍ୟ ମୁଁ ଜାଣି ନାହିଁ। ଯଦି ମତେ ଆପଣ ଡାକିଛନ୍ତି ମୁଁ ନିଶ୍ଚୟ ଯିବି ହାଜର ହେବି ଆଉ ଯଦି ଆପଣ ମତେ ଗିରଫ କରିବାକୁ ଚାହୁଁଛନ୍ତି କରନ୍ତୁ ମୋର କିଛି କ୍ଷତି ନାହିଁ ବୋଲି ଏକ ସାକ୍ଷାତ କାରରେ ସଞ୍ଜୟ ରାଉତ କହିଛନ୍ତି।