ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୯୩ କୋଭିଡ -୧୯ ମାମଲା ରିପୋର୍ଟ ହୋଇଛି। ଏହା ସହିତ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶା ଯାଇଛି। ଏହି ସୂଚନା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶ କରାଯାଇଛି। ଦେଶରେ ସକ୍ରିୟ ମାମଲା ୯୬,୭୦୦ ରହିଛି। ତେବେ ଏହା ସହିତ ରାଜ୍ୟରେ କୋଭିଡ ମାମଲା କ୍ରମଶ ବଢ଼ିବାରେ ଲାଗିଛି। ବଢ଼ୁଥିବା କରୋନା ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତକାଲି ମାତ୍ରା ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବା ବେଳେ ଆଜି ୧୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଗକୁ ମହା ପ୍ରଭୁଙ୍କର ଘୋଷ ଯାତ୍ରା ଆସୁଥିବାରୁ ବର୍ତ୍ତମାନ ସମୟରେ ଏଭଳି ବଢ଼ୁଥିବା କୋଭିଡ ପ୍ରଶାସନକୁ ଚିନ୍ତାରେ ପକାଇଛି। ଆଗରୁ କୁହାଯାଇଛି କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ମହା ପ୍ରଭୁଙ୍କ ଘୋଷଯାତ୍ରା ଭକ୍ତଙ୍କ ଗହଣ ରେ ହେବକି ନାହିଁ ତାହା ସ୍ଥିର କରାଯିବ। ଆଉ ଯଦି କରୋନା ବଢ଼ିଲା ତେବେ ପୁଣିଥରେ ବିନା ଭକ୍ତ ମାନଙ୍କ ଗହଣରେ ରଥଯାତ୍ରା ହୋଇପାରେ। ସେପଟେ ରଥଯାତ୍ରାକୁ ନେଇ ପୁରୀରେ କାଲି ପୋଲିସ ପ୍ରଶାସନ ପକ୍ଷରୁ ଏକ ମିଟିଙ୍ଗ କରାଯାଇଥିଲା। ଏଥିରେ ମାସ୍କକୁ ବାଧ୍ୟତା ମୂଳକ କରାଯାଇଛି। ତେବେ ରାଜ୍ୟରେ ବଢ଼ୁଥିବା କରୋନ ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଯଦି କରୋନା ସଂକ୍ରମଣ ଏଭଳି ବଢ଼ି ଚାଲିଲା ତେବେ ମହା ପ୍ରଭୁଙ୍କଟାଣିବା ପାଇଁ ପୁଣି ଶ୍ରଦ୍ଧାଳୁ ମାନଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ଆଶା କରାଯାଉଛି ।