ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଦଳରେ ବିଦ୍ରୋହ ଥମିବାର ନା ନେଉ ନାହିଁ ସେପଟେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକମାନଙ୍କ ମଧ୍ୟରେ ଶିବସେନାର ସଞ୍ଜୟ ରାଉତଙ୍କୁ ଆସନ୍ତାକାଲି ମୁମ୍ବାଇରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ଡାକରା ଆସିଛି। ଟଙ୍କା ହେରଫେର ମାମଲାରେ ପଚରାଉଚରା କରିବାକୁ ଇଡି କାଲି ସଞ୍ଜୟଙ୍କୁ ଉପସ୍ଥିତ ହେବାକୁ କହିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଙ୍କ ଚାପ ଫଳରେ ଇଡି, ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସି କାମ କରୁଛି ବୋଲି କହିଛି ଟିମ୍ ଠାକରେ।
ଏକ୍ନାଥ ସିନ୍ଦେଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଡି, ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସିର ଚାପର ଫଳାଫଳ ବୋଲି ଟିମ୍ ଠାକରେ କହିଛନ୍ତି।
ତେବେ ଏଥିରେ ସଞ୍ଜୟ କହିଛନ୍ତି ମୋର ସମ୍ପତ୍ତି ଜବତ କର, ମୋତେ ଗୁଳି କର କିମ୍ବା ଜେଲକୁ ପଠାଇଦିଅ, ମୁଁ ହେଉଛନ୍ତି ବାଲାସାହେବ ଠାକରେଙ୍କ ଅନୁଗାମୀ ତଥା ଶିବ ସୌନିକ । ସେପଟେ ସିନ୍ଦେଙ୍କ ପୁଅ ସଞ୍ଜୟଙ୍କୁ କାଲି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।