ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିବେ ବିରୋଧୀ ଦଳର ନେତା ଯଶଓ୍ବନ୍ତ ସିହ୍ନା। ତେବେ ଏହା ଭିତରେ ଯଶଓ୍ବନ୍ତ ଙ୍କୁ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି। ଆଜି ଦଳର ନିଷ୍ପତ୍ତି ଘୋଷଣା କରିବାବେଳେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି ଯେ ଯଶଓ୍ବନ୍ତ ଙ୍କର ନାମାଙ୍କନ ପତ୍ରରେ ଟିଆରଏସ ପ୍ରତିନିଧିତ୍ୱ କରିବେ। ବିଜେପିକୁ ପରାସ୍ତ କରିବାର ସାଧାରଣ ଲକ୍ଷ୍ୟକୁ ନେଇ ମମତା ବାନାର୍ଜୀଙ୍କ ସହ ହାତ ମିଳାଇଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ।
ଆମର ସଂସଦର ସଦସ୍ୟମାନଙ୍କ ସହିତ ମୁଁ ଆଜି ନାମାଙ୍କନ ପତ୍ରରେ ଟିଆରଏସ୍ ର ପ୍ରତିନିଧିତ୍ୱ କରିବି ବୋଲି କେଟି ରାମା ରାଓ ଆଜି ଟୁଇଟ୍ କରିଛନ୍ତି।ଗତ ସପ୍ତାହରେ ବିରୋଧୀ ଦଳମାନେ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାର, ଜାତୀୟ ସମ୍ମିଳନୀ ନେତା ଫାରୁକ୍ ଅବଦୁଲ୍ଲା ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି।
ଏନଡିଏ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ଥିବାବେଳେ ବିରୋଧୀ ଶିବିର ଏପର୍ଯ୍ୟନ୍ତ ସମସ୍ତ ଆଶା ହରାଇ ନାହିଁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣିତକୁ ଯଦି ଦୃଷ୍ଟି ଦିଆଯାଏ, ତେବେ ସ୍ଥିତି ସେତିକି ଖରାପ ନାହିଁ ଏବଂ ଭଲ ଲଢ଼େଇ ପାଇଁ ବିରୋଧୀ ଦଳଙ୍କୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ ବୋଲି ଶରଦ ପାୱାର କହିଛନ୍ତି।ତେବେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଯଶଓ୍ବନ୍ତ ସିହ୍ନା।