ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିରୋଧୀ ଦଳର ନେତା ଯଶଓ୍ବନ୍ତ ସିହ୍ନା। ତେବେ ଏହା ପୂର୍ବରୁ ଜୁନ ୨୪ ରେ ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ ତାଙ୍କର ନାମାଙ୍କନ ପତ୍ର ଭରିଥିଲେ। ତେବେ ଆଜି ଯଶଓ୍ବନ୍ତ ସିହ୍ନା ତାଙ୍କର ନାମାଙ୍କନ ଭରିବା ସମୟରେ ତାଙ୍କସହିତ ବରିଷ୍ଠ ନେତା ଶରତ ପାଓ୍ବାର,ମଲ୍ଲିକାର୍ଜୁନ ଖାରଗେ, ଅଖିଳେଶ ୟାଦବ,ରାହୁଲ ଗାନ୍ଧି ଆଦି ଅନେକ ପ୍ରମୁଖ ବିରୋଧୀ ନେତା ଉପସ୍ଥିତ ଥିଲେ। ତେବେ ଏହା ଭିତରେ ଆଜି ଯଶଓ୍ବନ୍ତ ସିହ୍ନାଙ୍କ ପ୍ରଚାର ସମୟରେ କେଉଁ କେଉଁ ନେତା ଉପସ୍ଥିତ ରହିବେ ଏହାକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ କଂଗ୍ରେସର ଜୟରାମ ରମେଶ,ଡିଏମକେ ନେତା ତିରୁଚି ଶିବା, ଟିଏମସି ନେତା ଶୁଖେନ୍ଦୁ ଶେଖର ରୟ, ସିପିଆଇ ସୀତାରାମ ୟେଞ୍ଚୁରୀ, ଏସପି ନେତା ରାମ ଗୋପାଲ ୟାଦବ, ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଟିଆରଏସ ନେତା ରଞ୍ଜିତ ରେଡ୍ଡୀ, ଆରଜେଡି ନେତା ମନୋହର ଝା, ସିପିଆ ଡି ରାଜା, ସିଭିଲ ସୋସାଇଟିର ଶୁନ୍ଦିନ୍ଦ୍ର କୁଲକଣ୍ରୀ , ଶିବ ସେନାର ଜଣେ ନେତା ଯୋଗ ଦେବେ ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ତେବେ ଏନଡିଏ ପ୍ରାର୍ଥୀଙ୍କ ପାଖରେ ସମର୍ଥନ ଅଧିକ ଥିବା ସତ୍ତ୍ବେ ବିରୋଧୀ ଦଳ ନେତା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି।ତେବେ ନଜର ରହିଲା ଆସନ୍ତା ଜୁଲାଇ ୧୬ ର ରାଷ୍ଟ୍ରପତି ନିର୍ବାଚନ ଉପରେ।