ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ:ଗାଡି ଧକ୍କାରେ ରାଜରାସ୍ତାରେ ଆଉ ଯିବନି ଗଜରାଜଙ୍କ ଜୀବନ । ହାତୀକ ପାଇଁ ୫୫ନଂ ଜାତୀୟ ରାଜପଥରେ ଲାଗୁହେଲା ନୂଆ ପାଇଲଟ୍ ପ୍ରୋଜକ୍ଟ । ଢେଙ୍କାନାଳ ସଦର ରେଞ୍ଜ ମେରାମଣ୍ଡଳି ସେକ୍ସନରେ ଲାଗୁ ହୋଇଛି ଅଟୋମେଟିକ ସାଇରନ୍ ବ୍ୟବସ୍ଥା । ମୁଖ୍ୟତଃ ଏହି ଜାଗାରେ ଅଧିକ ହାତୀ ଯିବା ଆସିବା କରିଥିାନ୍ତି । ତେଣୁ ବହୁ ସମୟରେ ଏଠାରେ ଆକ୍ସିଡେଣ୍ଟ ଦ୍ୱାରା ବହୁ ହାତୀଙ୍କର ମୃତ୍ୟ ହୋଇଥାଏ । ତେବେ ପାଇଲଟ୍ ପ୍ରକଳ୍ପ ଦ୍ୱାରା ହାତୀମାନେ ରାସ୍ତା ପାରି ହେଉଥିବା ସମୟରେ ଅଟୋମେଟିକ ସାଇରନ ବଜିବା ସହ ନାଲିବତି ଜଳିବ । ଏହି ସାଇରନ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ । ଏହା ଦ୍ୱାରା ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଗୁଡିକ ଏକ ନିଦ୍ଧଷ୍ଟ ବ୍ୟବଧାନରେ ଅଟକି ରହିବେ । ଏହା ସହ ନିକଟସ୍ଥ ଅଧିକାରୀଙ୍କୁ ମଧ୍ୟ ଏସମେସ ମାଧ୍ୟମରେ ସୂଚନା ଦିଆଯିବ । ଏହି ପ୍ରକଳ୍ପ ଦ୍ୱାରା ଉଭୟ ହାତୀ ଏବଂ ନିକଟସ୍ଥ ଅଞ୍ଚଳର ବାସିନ୍ଦା ମଧ୍ୟ ବହୁ ଉପକୃତ ହେବ ବୋଲି ଆଶା କରାଯାଉଛି ।(ରିପୋର୍ଟ:ସୋନାଲି)