ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ ୧୭,୦୭ ନୂତନ କରୋନାଭାଇରସ୍ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସକ୍ରିୟ ମାମଲା ୯୪,୪୨୦ କୁ ବୃଦ୍ଧି ପାଇଛି। ୨୧ ଟି କରୋନାଜନିତ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୫,୨୫,୦୨୦ କୁ ବୃଦ୍ଧି ପାଇଛି।ସକ୍ରିୟ ସଂକ୍ରମଣରେ ମୋଟ ସଂକ୍ରମଣର ୦.୨୧ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ସେପଟେ ଓଡିଶାରେ ମଧ୍ୟ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୬୯ଟି ମାମଲା ଚିହ୍ନଟ ହୋଇଛି। ଏହା ବ୍ୟତୀତ ୧୮ବର୍ଷ ତଳକୁ ୯ଜଣ ଆକ୍ରାନ୍ତ ରହିଛନ୍ତି। କରୋନା ସଙ୍ଗରୋଧ କେନ୍ଦ୍ରରୁ ୪୨ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବପରି ଖୋର୍ଦ୍ଧାରୁ ସଂକ୍ରମଣ କମିବାର ନା ନେଉଁ ନାହିଁ। ବର୍ତ୍ତମାନ ସୁଦ୍ଧା କେରାନା ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି ଖୋର୍ଦ୍ଧା।