ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଚଳିତ ବର୍ଷ ବହୁ ଧୁମଧାମରେ ଭକ୍ତଙ୍କ ଗହଳିରେ ପାଳନ ହେବ ଘୋଷ ଯାତ୍ରା। ତେବେ ଘୋଷଯାତ୍ରା କୁ ୟୁନିସ୍କୋ ସ୍ଥାନ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ରଥଯାତ୍ରା କୁ ୟୁନିସ୍କୋ ପ୍ରତିନିଧି ମଣ୍ଡଳୀ ଆସିବା ର କାର୍ଯ୍ୟକ୍ରମ ରହିଛି । ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ।ଏ ନେଇ ତାଙ୍କୁ କିଛି ଅବଗତ କରାଯାଇ ନ ଥିବା ସେ କହିଛନ୍ତି। ତେବେ ୟୁନିସ୍କୋର ନିୟମ ଓ ଗାଇଡ଼ ଲାଇନ ଅନୁଯାୟୀ ଯାହାକିଛି ଦରକାର ସରକାର ଯୋଗାଇ ଦେବେ ବୋଲି ଗଜପତି ଆଶା ପ୍ରକାଶ କରିଛନ୍ତି । ସେପଟେ କେନ୍ଦୁଝର ରେ ଥିବା ରଥ କୁ ବିଶ୍ୱର ସବୁଠୁ ଉଚ୍ଚା ରଥ ବୋଲି ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେ ସ୍ଥାନ ମିଳିଛି।ଏ ନେଇ ମତ ରଖିଛନ୍ତି ଗଜପତି ମହାରାଜା । ସେ କହିଛନ୍ତି ପୁରୁଷୋତ୍ତମ କ୍ଷେତ୍ର ଓ ରଥଯାତ୍ରା ର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ମହାପ୍ରଭୁଙ୍କ ରଥ ରୁ ଅଧିକ ଉଚ୍ଚା ରଥ ହେବା ଉଚିତ ନୁହେଁ । ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁଙ୍କ ମୂଳ ପୀଠ ।ଏଠାରେ ଯାହା ନୀତିକାନ୍ତି ହୁଏ ସବୁ ଆଡେ ଅନୁସରଣ କରାଯାଏ । ପୂର୍ବରୁ ଏହା ସମସ୍ତେ କରି ଆସୁଛନ୍ତି।ଏଣୁ ମହାପ୍ରଭୁଙ୍କ ରଥ ରୁ ଅଧିକ ଉଚ୍ଚର ରଥ ନିର୍ମାଣ ହେବା କଥା ନୁହେଁ । ଏହା ସମସ୍ତେ ସଚେତନ ହେବା ଉଚିତ ।